ଉପକୂଳରେ ଘୂଣ୍ଣି ଝଡ଼ର ତାଣ୍ଡବ: ଉଡ଼ାଇନେଲା ଚାଳ ଛପର, ଚୂନା କଲା ଆଜବେଷ୍ଟସ

କେନ୍ଦ୍ରାପଡ଼ା (ଓଡ଼ିଶା ଟାଇମ୍‌): କେନ୍ଦ୍ରାପଡ଼ା ଜିଲ୍ଲାର ସମୁଦ୍ର ଉପକୂଳରେ ଆଜି ମଧ୍ୟାହ୍ଣରେ ଘୂର୍ଣ୍ଣିଝଡ଼ ତାଣ୍ଡବ ସଷ୍ଟିୃ କରି ଘର ଦ୍ୱାର ଭାଙ୍ଗି ଦେଇଛି। ଘୂର୍ଣ୍ଣିଝଡ଼ ଚାଳ ଘରର ଛପର ଉଡ଼ାଇ ନେଇଛି, ଆଜବେଷ୍ଟସ ଘରର ଆଜବେଷ୍ଟସକୁ ଉଡ଼ାଇ ନେଇ ଖଣ୍ଡେ ଦୂରରେ କଚାଡ଼ି ଦେଇ ଭାଙ୍ଗି ଚୂନା କରି ଦେଇଛି । ଘର ଦ୍ୱାର ହରାଇ ଥିବା ଲୋକେ ଆଜି ବର୍ଷାରେ ବାହରେ ପଡ଼ି ରହିଛନ୍ତି । ପିଡ଼ୀତଙ୍କୁ  ରାତି ବର୍ଷାରେ ଖୋଲା ଆକାଶ ତଳେ କାଟିବାକୁ ପଡ଼ିଛି।

ସୋମବାର ମଧ୍ୟାହ୍ଣ ପ୍ରାୟ ୨ଟା ସମୟରେ ଆସିଥିବା ତୋଫାନ ବର୍ଷା ହେତୁ ରାଜନଗର ବ୍ଲକର ସମୁଦ୍ର କୁଳିଆ ତାଳଚୁଆ, ରଙ୍ଗଣୀ ଓ ବାଘମାରୀ ପଂଚାୟତର ଏକାଧିକ ଗାଁ ପ୍ରଭାବିତ ହୋଇଛି।  ମାତ୍ର ୪ରୁ ୫ ମିନିଟ ମଧ୍ୟରେ ହୋଇଥିବା ଘୂର୍ଣ୍ଣିଝଡ଼ ପ୍ରଭାବରେ ଶତାଧିକ ଲୋକେ ବେଘର ହୋଇଯାଇଛନ୍ତି । ରଙ୍ଗଣୀ ପଂଚାୟତର ଚାଆଁରକୋଲା, ସୌରେନ୍ଦ୍ରପୁର, ବାଘମାରି ପଂଚାୟତର ବାଘମାରି ଓ ତାଳଚୁଆ ପଂଚଚାୟତର କିଛି ଗାଁରେ ଘୂର୍ଣ୍ଣିଝଡ଼ର କରୁଣ ଚିତ୍ର ଦେଖିବାକୁ ମିଳିଛି । ଘୂର୍ଣ୍ଣଝଡ଼ର ହାତିଶୁଣ୍ଢ ଧାମରା ମୁହାଁଣରୁ ପାଣିକୁ ଆକାଶକୁ ଉଠାଇ ନେବା ପରେ ଘୁରେଇ ଘୁରେଇ ଗାଁ ଆଡ଼କୁ ମାଡ଼ି ଆସିଥିଲା ଓ ପ୍ରଥମେ ଚାଆଁରାକୋଲା, ସୌରେନ୍ଦ୍ରନଗର ଓ ବାଘମାରୀ ଗାଁରେ ତାଣ୍ଡବ କରିବା ପରେ ଅନ୍ୟ ଗାଁ ଆଡ଼କୁ ମାଡ଼ି ଯାଇଥିଲା । ମାତ୍ର ୫ ମିନିଟ ମଧ୍ୟରେ ଘୂର୍ଣ୍ଣିଝଡ଼ ଘରଦ୍ୱାର ଭାଙ୍ଗିବା ସହ ବଡ଼ ବଡ଼ ଗଛକୁ ଉପାଡ଼ି ମୋଡ଼ ମକଚି ଭାଙ୍ଗିଦେଇଛି । ଗାଁ ଲୋକେ କିଛି ବୁଝିବା ପୂର୍ବରୁ ନିମିଷକ ମଧ୍ୟରେ ବିରାଟ ବିତ୍ପାତ ଘଟିଗଲା । ୫ ମିନିଟ ପରେ ସବୁ ନୀରବ ହୋଇଗଲା । ଲେକେ ବୁଝିବା ବେଳକୁ ସବୁ ସରି ଯାଇଥିଲା । ଖବର ପାଇ କେନ୍ଦ୍ରାପଡ଼ା ଜିଲ୍ଲାପାଳ ରାଜନଗର ତହସିଲଦାରଙ୍କୁ ଘଟଣାସ୍ଥଳକୁ ପଠାଇଥିଲେ ଓ ପିଡ଼ିତ ଲୋକଙ୍କୁ ଶୁଖିଲା ଖାଦ୍ୟ ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏଥିସହଆଜି ରାତିରେ ପିଡ଼ିତଙ୍କୁ ରନ୍ଧାଖାଦ୍ୟ ଦେବା ପାଇଁ ସେ ସ୍ଥାନୀୟ ପ୍ର।।ସନକୁ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ସ୍ଥାନୀୟ ପ୍ରଶାସନ ପକ୍ଷରୁ ପିଡ଼ିତ ପରିବାରକୁ ପଲିଥିନ ଯୋଗାଇ ଦିଆଯାଇଛି ।

Leave a Reply

Your email address will not be published.

%d bloggers like this: