ହୀରାକୁଦ ଜଳଭଣ୍ଡାରର ପୁଣି ବନ୍ଦ ହେଲା ଆଉ ୩ଟି ଗେଟ

ସମ୍ବଲପୁର, (ଓଡିଶା ଟାଇମ୍): : ପୁଣି ବନ୍ଦ ହେଲା ଆଉ ୩ ଟି ଗେଟ । ଜଳ ଭଣ୍ତାର ଜଳ ସ୍ତର ହ୍ରାସ ପାଉଥିବାରୁ  ପର୍ଯ୍ୟାୟ କ୍ରମେ ଗେଟ ବନ୍ଦ ହେଉଛି । ପୁର୍ବରୁ ୧୪ ଟି ଖୋଲା ଥିବା ବେଳେ ଆଜି ସକାଳେ ୩ ଟି ଗେଟ ବନ୍ଦ ହୋଇଛି । ଆଜି ସକାଳ ସୁଦ୍ଧା ଜଳ ଭଣ୍ତାର ଜଳ ସ୍ତର ୬୨୪.୦୨ ଘନ ଫୁଟ ରହିଛି ।ତେବେ ସେକେଣ୍ତ ପ୍ରତି ୧ ଲକ୍ଷ ୯୮ ହଜାର ୩୧୨ କ୍ୟୁସେକ ଜଳ ପ୍ରବେଶ କରୁଛି । ସେହିପରି ମୋଟ ୧୧ ଟି ଗେଟ ଯୋଗେ ୧ ଲକ୍ଷ ରୁ ଉର୍ଦ୍ଧ  କ୍ୟୁସେକ ଜଳ ନିଷ୍କାସିତ ହେଉଛି । 

Leave a Reply

Your email address will not be published.