ତିନି ଜିଲ୍ଲାରେ ଲକ୍‌ଡାଉନ୍‌ କୋହଳ

ଭୁବନେଶ୍ବର, (ଓଡିଶା ଟାଇମ୍): କରୋନାର ସାଂପ୍ରତିକ ସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଲକ୍‌ଡାଉନ୍ ଅବଧି ୧୬ ଦିନ ବୃଦ୍ଧି କରିଛନ୍ତି। ଜୁନ ୧ ସକାଳ ୫ଟାରେ ସରୁଥିବା ଲକ୍‌ଡାଉନ୍ ଜୁନ ୧୭ ସକାଳ ୫ଟା ଯାଏଁ ବଢାଯାଇଛି। ଏଥିସହ ରାଜ୍ୟରେ ସପ୍ତାହନ୍ତ ସଟ୍‌ଡାଉନ୍‌ ପୂର୍ବ ପରି ଜାରି ରହିବ।  ଅନ୍ୟପଟେ ସଂକ୍ରମଣ କମୁଥିବାରୁ ୩ଟି ଜିଲ୍ଲାରେ ଲକ୍‌ଡାଉନ୍‌ କୋହଳ କରାଯାଇଛି। ନୂଆପଡା, ଗଜପତି ଓ ସୁନ୍ଦରଗଡ ଜିଲ୍ଲାରେ କୋହଳ କରାଯାଇଛି।

ଏହି ତିନୋଟି  ଜିଲ୍ଲାରେ ସକାଳ ୭ଟାରୁ ଦିନ ୧ଟା ଯାଏଁ ଦୋକାନ ଖୋଲା ରହିବ। ମାତ୍ର ସେଲୁନ, ପାର୍ଲର ଓ ମଲ୍ ଖୋଲିବାକୁ ଅନୁମତି ନାହିଁ। ଯଦି ଏସବୁ ଜିଲ୍ଲାରେ ସଂକ୍ରମଣ ବଢେ ତା ହେଲେ ପୁଣି କଟକଣା ଲଗା ଯିବ। ବାକି ୨୭ ଜିଲ୍ଲାରେ ସଂକ୍ରମଣ କମିଲେ ପର୍ଯ୍ୟାୟକ୍ରମେ ଲକ୍‌ଡାଉନ୍‌ରେ କୋହଳ କରାଯିବ।

Leave a Reply

Your email address will not be published. Required fields are marked *