ଏଲଓସି ନିକଟରେ ଲ୍ୟାଣ୍ଡ ମାଇନ୍‌ ବିସ୍ଫୋରଣ, ଲେଫ୍ଟନାଣ୍ଟଙ୍କ ସମେତ ୨ ଯବାନ ସହିଦ

ଶ୍ରୀନଗର, (ଓଡିଶା ଟାଇମ୍): ଜାମ୍ମୁ-କାଶ୍ମୀରର ରାଜୌରୀ ଜିଲ୍ଲାରେ ନିୟନ୍ତ୍ରଣ ରେଖା ନିକଟରେ ଲ୍ୟାଣ୍ଡ ମାଇନ୍‌ ବ୍ଲାଷ୍ଟ ଯୋଗୁ ଜଣେ ସେନା ଅଧିକାରୀଙ୍କ ସମେତ ଦୁଇ ଯବାନ ସହିଦ ହୋଇଛନ୍ତି। ଏଥିରେ ଅନ୍ୟ ୩ ଜଣ ଯବାନ ଆହତ ମଧ୍ୟ ହୋଇଛନ୍ତି।

ମିଳିଥିବା ସୂଚନା ଅନୁସାରେ, ଶନିବାର ଦ୍ବିପ୍ରହରରେ ରାଜୌରୀ ଜିଲ୍ଲାର ଲାମ ସେକ୍ଟର ଅଞ୍ଚଳକୁ ଯବାନ ଗସ୍ତ କରିଥିଲେ। ଏହି ସମୟରେ ନିୟନ୍ତ୍ରଣ ରେଖା (ଏଲଓସି) ନିକଟରେ ହଠାତ ଲ୍ୟାଣ୍ଡ ମାଇନ୍‌ ବିସ୍ଫୋରଣ ହୋଇଥିଲା । ଅଧିକାରୀଙ୍କ ଅନୁସାରେ, ଏବେ ସୁଦ୍ଧା ବିସ୍ଫୋରଣର କାରଣ ଜଣାପଡ଼ିନାହିଁ। ତେ​‌ବେ ଆହତ ଲେଫ୍ଟନାଣ୍ଟ ଏବଂ ଦୁଇ ଯବାନ ସହିଦ ହୋଇଥିବା ବେଳେ ଅନ୍ୟ ୩ ଯବାନ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ଏହି ଘଟଣା ପରେ ଏଲଓସିରେ ସୈନ୍ୟ ସଂଖ୍ୟା ବୃଦ୍ଧି ହୋଇଥିବା ବେଳେ ଯାଞ୍ଚ ଜୋରଦାର ଚାଲିଛି ।

Leave a Reply

Your email address will not be published. Required fields are marked *