ଏହି ଜିଲ୍ଲାରେ ଜୁନ୍ ୩୦ ପର୍ଯ୍ୟନ୍ତ ବଢିଲା ଲକଡାଉନ୍ କଟକଣା

ଭୁବନେଶ୍ବର , (ଓଡିଶା ଟାଇମ୍) : ରାଜ୍ୟରେ କରୋନା ମହାମାରୀ ହୁ ହୁ ହୋଇ ବଢିଚାଲିଛି । ଏହାର ସବୁଠାରୁ ଅଧିକ ପ୍ରଭାବ ଗଞ୍ଜାମରେ ଦେଖିବାକୁ ମିଳିଛି । ଗଞ୍ଜାମରେ ପଜିଟିଭଙ୍କ ସଂଖ୍ୟା ବୃଦ୍ଧି ପରେ କଡା ପଦକ୍ଷେପ ଗ୍ରହଣ କରିଛନ୍ତି ଜିଲ୍ଲା ପ୍ରଶାସନ । ଲକଡାଉନ କଟକଣାକୁ ଗଞ୍ଜାମରେ ଜୁନ୍ ୩୦ ତାରିଖ ଯାଏଁ ଲାଗୁ କରାଯାଇଛି ।

ଏହି କ୍ରମରେ ଦିନ ୧୨ଟାରୁ ସକାଳ ୭ଟା ଯାଏ ଜିଲ୍ଲା ସମ୍ପୂର୍ଣ୍ଣ ସଟଡାଉନ୍ ହେବ । ଏହି ସମୟରେ ସବୁ ଦୋକାନ ଓ ବସ୍ ଚଳାଚଳ ବନ୍ଦ ରହିବ । ସକାଳ ୭ଟାରୁ ଦିନ ୧୨ ଯାଏ ସଟଡାଉନ୍ ଟିକେ କୋହଳ ହେବ । ଲକ୍‌ଡାଉନ୍‌ ସମୟରେ ସକାଳ ୭ରୁ ୧୨ଟା ପର୍ଯ୍ୟନ୍ତ ଅତ୍ୟାବଶ୍ୟକ ଦୋକାନ ଖୋଲା ରହିବ। କିନ୍ତୁ ବସ୍, କାର, ଅଟୋ ଚଳାଚଳ ୩୦ ପର୍ଯ୍ୟନ୍ତ ବନ୍ଦ ରହିବ।

ସେହିପରି ଦିନ ୧୨ଟା ପରେ କେହି ଘରୁ ନ ବାହାରିବା ପାଇଁ ପରାମର୍ଶ ଦିଆଯାଇଛି। ତେବେ ଶନିବାର ଓ ରବିବାର ପୂର୍ବ ଘୋଷଣା ଅନୁସାରେ ସଟ୍‌ଡାଉନ୍‌‌ ରହିବ। ଏହାସହ ରାତି ୭ଟାରୁ ସକାଳ ୭ଟା ପର୍ଯ୍ୟନ୍ତ କର୍ଫ୍ୟୁ ମଧ୍ୟ ବଳବତ୍ତର ରହିବ।

ଗଞ୍ଜାମ ଜିଲ୍ଲାରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଥିବାରୁ ଏହାକୁ ରୋକିବା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି।

Leave a Reply

Your email address will not be published.