ଭୁବନେଶ୍ବରରେ ଆଜିଠୁ ତୃତୀୟ ପର୍ଯ୍ୟାୟ ସେରୋ ସର୍ଭେ
ଭୁବନେଶ୍ବର, (ଓଡିଶା ଟାଇମ୍) :ଭୁବନେଶ୍ବରରେ ଆଜିଠୁ ଆରମ୍ଭ ହେଉଛି ତୃତୀୟ ପର୍ଯ୍ୟାୟ ସେରୋ ସର୍ଭେ । ଆଜିଠୁ ୧୮ ତାରିଖ ପର୍ଯ୍ୟନ୍ତ ରାଜଧାନୀରେ ଚାଲିବ ତୃତୀୟ ପର୍ଯ୍ୟାୟ ସେରୋ ସର୍ଭେଲାନ୍ସ । ଏଥିରେ ୫ଟି ଟିମ୍ ନିୟୋଜିତ ହେବେ ।
ରାଜଧାନୀର ୨୫ଟି ୱାର୍ଡରୁ ସଂଗ୍ରହ ହେବ ରକ୍ତ ନମୁନା । ୧୫ଶହ ଜଣ ବ୍ୟକ୍ତିଙ୍କଠାରୁ କରାଯିବ ନମୁନା ସଂଗ୍ରହ । କେତେ ପ୍ରତିଶତ ଲୋକଙ୍କ ଶରୀରରେ ଆଣ୍ଟିବଡି ସୃଷ୍ଟି ହୋଇଛି ଏବଂ ଗୋଷ୍ଠୀ ସଂକ୍ରମଣ ହୋଇଛି କି ନାହିଁ ତାହା ଏହି ସେରୋ ସର୍ଭେଲାନ୍ସରୁ ସ୍ପଷ୍ଟ ହେବ।
ସୂଚନାଯୋଗ୍ୟ ଯେ, ରାଜଧାନୀରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୨୬୫୩୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୩୨୨୨ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୨୩୧୬୬ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହିପରି ୧୨୭ ଜଣଙ୍କର ମୃତ୍ୟୁ ହୋଇଛି ।