ଓଟିଟି ପ୍ଲାଟଫର୍ମରେ ଡେବ୍ୟୁ କରିବେ ବଲିଉଡର ନାମୀଦାମୀ କଳାକାର
ନୂଆଦିଲ୍ଲୀ, (ଓଡିଶା ଟାଇମ୍): ମହାମାରୀ ପାଲଟିଥିବା କରୋନାଭାଇରସ୍ ଇଣ୍ଟରଟେନମେଣ୍ଟ ଇଣ୍ଡଷ୍ଟ୍ରି ଉପରେ ବି ପ୍ରଭାବ ପକାଇଛି । ଯେଉଁଥିପାଇଁ ଏବେ ବକ୍ସ ଅଫିସରେ କେଉଁ କଳାକାରଙ୍କ ଫିଲ୍ମି ଟକ୍କର ନା ବଡ ପରଦାରେ କୌଣସି ଚଳଚ୍ଚିତ୍ର ରିଲିଜ ଦେଖିବାକୁ ମିଳୁଛି ।
ଏପରି ସମୟରେ ଫିଲ୍ମ ରିଲିଜର ମାଧ୍ୟମ ପାଲଟିଛି ନେଟଫ୍ଲ୍ିକ୍ସ, ଓଟିଟି ଭଳି ଅନେକ ପ୍ଲାଟଫର୍ମ । ବହୁ କଳାକାର ଏଥିରେ ନିଜର ଅଭିନୟ ଯାଦୁ ଦେଖାଉଥିବା ବେଳେ ଏବେ ଓଟିଟି ଭଳି ପ୍ଲାଟଫର୍ମରେ ଡେବ୍ୟୁ କରିବାକୁ ଯାଉଛନ୍ତି ବଲିଉଡର ନାମୀଦାମୀ କଳାକାର । ସେ ତାଲିକାରେ ରହିଛନ୍ତି ଅକ୍ଷୟ କୁମାର, ଅଭିଷେକ ବଚ୍ଚନ ଓ ଅଜୟ ଦେବଗନଙ୍କ ଭଳି କଳାକାର ।
ଅଜୟ ଦେବଗନ- ଅଭିଷେକ ଡୁଧାୟଙ୍କ ନିର୍ଦ୍ଦେଶନାରେ ତିଆରି ହେଉଛି ‘ଭୁଜ ଦ ପ୍ରାଇଡ୍ ଅଫ୍ ଇଣ୍ଡିଆ’ । ଏଥିରେ ଅଜୟ ଲିଡ୍ ରୋଲରେ ନଜର ଆସିବେ । ଅଜୟଙ୍କ ଅଭିନୟକୁ ପୂର୍ବରୁ ଦର୍ଶକ ଦେଖିଆସୁଥିଲେ ବି ଓଟିଟି ପ୍ଲାଟଫର୍ମରେ ଏହି ଫିଲ୍ମ ରିଲିଜ ଅଜୟଙ୍କ ଲାଗି ଚିନ୍ତାର କାରଣ ହୋଇପାରେ । କାହିଁକି ନା ବଡ ପରଦାର ଓ ଓଟିଟି ଫ୍ଲାଟଫର୍ମର ଦର୍ଶକ ପରସ୍ପର ଠାରୁ ଭିନ୍ନ । ଏତେସବୁ ଭିତରେ ଫିଲ୍ମର ଦୁଇଟି ପୋଷ୍ଟର ରିଲିଜ ହୋଇଛି । ଗୋଟିଏରେ ଅଜୟ ଦେବଗନ ଓ ଆଉ ଗୋଟିଏ ପୋଷ୍ଟରରେ ସଞ୍ଜୟ ଦତ୍ତଙ୍କ ଲୁକ୍ ଦେଖିବାକୁ ମିଳୁଛି ।
ଅକ୍ଷୟ କୁମାର- ଏଥର ଅକ୍ଷୟ ଦର୍ଶକଙ୍କୁ ସମ୍ପୂର୍ଣ୍ଣ ଏକ ଭିନ୍ନ ଧରଣର ଫିଲ୍ମ ଭେଟି ଦେବାକୁ ଯାଉଛନ୍ତି । ‘ଲକ୍ଷ୍ମୀ ବମ୍’ରେ ନିଜ ଚରିତ୍ର ପାଇଁ ଅକ୍ଷୟଙ୍କୁ ଖୁବ୍ ପରିଶ୍ରମ ବି କରିବାକୁ ପଡୁଛି । ‘ଲକ୍ଷ୍ମୀ ବମ୍’ ଜରିଆରେ ପ୍ରଥମ ଥର ପାଇଁ ଓଟିଟି ପ୍ଲାଟଫର୍ମରେ ଡେବ୍ୟୁ କରିବାକୁ ଯାଉଛନ୍ତିସେ ।
ଅଭିଷେକ ବଚ୍ଚନ- ବିଗ୍ ବି ଅମିତାଭଙ୍କ ପୁଅ ଅଭିଷେକ ଫିଲ୍ମ ଦୁନିଆରେ ନିଜର ୨୦ ବର୍ଷ ପୂରା କରିସାରିଲେଣି । ଏହି ଆକ୍ଟର ଅନେକ ଫିଲ୍ମରେ କାମ କରିଥିବା ବେଳେ ସେ ପ୍ରଥମ ଥର ପାଇଁ ଓଟିଟି ପ୍ଲାଟଫର୍ମରେ ଅଭିଷେକ ବଚ୍ଚନ ‘ଇନ୍ ଟୁ ଦ ଶୋଡେଜ’ ଫିଲ୍ମ ଜରିଆରେ ଡେବ୍ୟୁ କରିବାକୁ ଯାଉଛନ୍ତି । ସେହିପରି ଅଭିଷେକଙ୍କ ଆଉ ଏକ ଫିଲ୍ମ ‘ଦ ବିଗ୍ ବୁଲ’ ବି ଡିଜିଟାଲ୍ ପ୍ଲାଟଫର୍ମରେ ରିଲିଜ ହେବାକୁ ଯାଉଛି ।