ଭାରତ ଆସିବେ ଆମେରିକା ପ୍ରତିରକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ, (ଓଡିଶା ଟାଇମ୍) : ଆମେରିକା ପ୍ରତିରକ୍ଷା ମନ୍ତ୍ରୀ ଲୟର୍ଡ ଅଷ୍ଟିନ ଆସନ୍ତା ୧୯ ତାରିଖରେ ଭାରତ ଗସ୍ତରେ ଆସିବେ। ସେ ତାଙ୍କ ଗସ୍ତ କାଳରେ ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ଅନ୍ୟ ବରିଷ୍ଠ ନେତାମାନଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଏହି ଚାରି ଦିନିଆ ଗସ୍ତ କାଳରେ ଉଭୟ ଭାରତ ଓ ଆମେରିକା ମଧ୍ୟରେ ଦ୍ୱିପାକ୍ଷିକ ସହଯୋଗ ଆହୁରି ମଜବୁତ କରିବା ଏବଂ ଆଞ୍ଚଳିକ ସୁରକ୍ଷା ଦିଗରେ ସୃଷ୍ଟି ହେଉଥିବା ବିଭିନ୍ନ ସମସ୍ୟାର ସମାଧାନ ଦିଗରେ ବିଚାରବିମର୍ଶ କରାଯିବ।

ସେହିପରି ଉଭୟ ଦେଶ ମଧ୍ୟରେ ସୁରକ୍ଷା ସହଯୋଗ ସମେତ ପାରସ୍ପରିକ ସହଯୋଗ ଦୃଢୀଭୂତ କରିବା ପ୍ରସଙ୍ଗ ଆଲୋଚନାରେ ସ୍ଥାନ ପାଇବା ସମ୍ଭାବନା ରହିଛି। ଆମେରିକା ପ୍ରତିରକ୍ଷା ମନ୍ତ୍ରୀ ଅଷ୍ଟିନ୍‍ଙ୍କ ଏହା ପ୍ରଥମ ବିଦେଶ ଯାତ୍ରା ହୋଇଥିବାରୁ ଆଗାମୀ ଦିନରେ ଭାରତ ଆମେରିକା ରଣନୀତିକ ସମ୍ପର୍କ ଆହୁରି ସୁଦୃଢ ହେବାର ସୁଯୋଗ ସୃଷ୍ଟି ହେବ ବୋଲି ଅନୁମାନ କରାଯାଉଛି।

Leave a Reply

Your email address will not be published. Required fields are marked *