କୃଷ୍ଣକାୟଙ୍କ ମୃତ୍ୟୁକୁ ନେଇ ଜଳୁଛି ଆମେରିକା: ୪୦ ସହରରେ କର୍ଫ୍ୟୁ

ଓ୍ଵାଶିଂଟନ, (ଓଡିଶା ଟାଇମ୍) :  ପୋଲିସ ହେପାଜତରେ ଥିବା ଜଣେ କୃଷ୍ଣକାୟଙ୍କ ମୃତ୍ୟୁକୁ ନେଇ ଆମେରିକାରେ ଥମୁନି ଉତ୍ତେଜନା । ହ୍ୱାଇଟ୍ ହାଉସ୍ ବାହାରେ ପୁଣି ବିକ୍ଷୋଭକାରୀ ଜୋରଦାର ବିକ୍ଷୋଭ କରିଛନ୍ତି । ଅନେକ ସହରରେ ଦଙ୍ଗା ପରିସ୍ଥିତି ସୃଷ୍ଟି ହୋଇଛି । ଏପରିକି ଦଙ୍ଗା ସାଙ୍ଗକୁ ଲୁଟପାଟ ଚାଲିଥିବା ଖବର ମଧ୍ୟ ମିଳିଛି । ଦଙ୍ଗା ରାଜଧାନୀ ୱାଶିଂଟନ ଡିସି ଏବଂ ହ୍ୱାଇଟ୍‌ହାଉସ ପର୍ୟ୍ୟନ୍ତ ପହଞ୍ଚି ଗଲାଣି ।
ଆଜି ରାଷ୍ଟ୍ରପତି ଟ୍ରମ୍ପଙ୍କ ସମ୍ବୋଧନ ପୂର୍ବରୁ ସେନା-ବିକ୍ଷୋଭକାରୀ ମୁହାଁମୁହିଁ ହୋଇଛନ୍ତି । ସେନା ପକ୍ଷରୁ ଲୁହ ବୁହା ଗ୍ୟାସ ପ୍ରୟୋଗ କରାଯାଇଛି। ଗିରଫ ହୋଇଛନ୍ତି ଶତାଧିକ ବିକ୍ଷୋଭକାରୀ। ହିଂସାକୁ ଆତଙ୍କବାଦୀ କାର୍ୟ୍ୟକଳାପ ସହ ତୁଳନା କରିଛନ୍ତି ଡୋନାଲ୍ଡ ଟ୍ରମ୍ପ । ଟ୍ରମ୍ପ କହିଛନ୍ତି, କୃଷ୍ଣକାୟ ବ୍ୟକ୍ତିଙ୍କ ଏପରି ମୃତ୍ୟୁରେ ଆମେରିକା ମର୍ମାହତ। ତାଙ୍କ ପରିବାରକୁ ନ୍ୟାୟ ମିଳିବ ବୋଲି ସେ କହିଛନ୍ତି । ତେବେ ରାଷ୍ଟ୍ରପତି ଭାବେ ଦେଶ ଏବଂ ଦେଶବାସୀଙ୍କ ରକ୍ଷା କରିବା ମୋର ପ୍ରଥମ କର୍ତ୍ତବ୍ୟ । ପୋଲିସର ବର୍ବରତା ପ୍ରତିବାଦରେ ଉତ୍ତେଜନା ଲାଗି ରହିଛି । ସ୍ଥିତିକୁ ଦେଖି ୱାଶିଂଟନ୍ ଡିସି ସହ ୪୦ଟି ସହରରେ କର୍ଫ୍ୟୁ ଜାରି କରାଯାଇଛି ।

ଅନ୍ୟପଟେ ଚାଲିଥିବା ଜାତିଗତ ହିଂସା ମଧ୍ୟରେ ବିକ୍ଷୋଭକାରୀଙ୍କ ସହ ମୁକାବିଲା କରିବା ପାଇଁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସେନାକୁ ଡାକିଛନ୍ତି । ସେ କହିଛନ୍ତି ଯେ ଏହି ସମସ୍ୟାର ଶୀଘ୍ର ସମାଧାନ ପାଇଁ ସାରା ଦେଶରେ ସେନା ନିୟୋଜନ ପାଇଁ ସେ୧୮୦୭ ଆଇନ କାର୍ୟ୍ୟକାରୀ କରୁଛନ୍ତି । ରାଷ୍ଟ୍ରପତି ଟ୍ରମ୍ପ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ମୁଁ ରାଜଧାନୀ ୱାଶିଂଟନକୁ ସୁରକ୍ଷା ଦେବା ପାଇଁ ଏକ ନିର୍ଣ୍ଣାୟକ ପଦକ୍ଷେପ ନେଉଛି । ଯେ ଏହି ବର୍ବର ଆକ୍ରମଣକୁ ରୋକିବା ଏବଂ ଦେଶର ସମ୍ପତ୍ତିର ସୁରକ୍ଷା ପାଇଁ ସେ ୱାଶିଂଟନରେ ହଜାର ହଜାର ସଶସ୍ତ୍ର ବାହିନୀ ସହିତ ସୈନ୍ୟ ନିୟୋଜିତ କରିବେ ।

୧୮୦୭ ର ଅଧିନିୟମ କ’ଣ?

ଆମେରିକାର ଏହି ଅଧିନିୟମ ଆମେରିକାର ରାଷ୍ଟ୍ରପତିଙ୍କୁ ବିଶେଷ ଶକ୍ତି ପ୍ରଦାନ କରେ ଜ୍ଝ୧୮୦୭ ର ବିଦ୍ରୋହ ଅଧିନିୟମ ଅନୁଯାୟୀ, ରାଷ୍ଟ୍ରପତି ଦେଶରେ ବିରୋଧ ସମୟରେ ଆମେରିକାର ସହରରେ ସାମରିକ କାର୍ୟ୍ୟାନୁଷ୍ଠାନକୁ ଅନୁମତି ଦେଇପାରନ୍ତି । ଦେଶରେ ସେନା ନିୟୋଜିତ କରିପାରିବେ । ଥୋମାସ୍ ଜେଫରସନଙ୍କ ଦ୍ୱାରା ଏହି ନିୟମ ସ୍ୱାକ୍ଷରିତ ହୋଇଥିଲା ଏବଂ ରୋଡନୀ କିଙ୍ଗ ଦଙ୍ଗା ସମୟରେ ୧୯୯୨ ରେ ଏହା ଶେଷ ଥର ପାଇଁ ବ୍ୟବହାର କରିଥିଲେ ।

Leave a Reply

Your email address will not be published. Required fields are marked *