ଡ୍ରାଏରନର ସ୍ଥିତି ସମୀକ୍ଷା କଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ, (ଓଡିଶା ଟାଇମ୍) : କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ ନିଜେ ଚେନ୍ନାଇ ଗସ୍ତ କରି ଟିକାକରଣ ଡ୍ରାଏ ରନର ସ୍ଥିତି ସମୀକ୍ଷା କରିଛନ୍ତି। ମିଳିଥିବା ସୂଚନା ଅନୁସାରେ,  ଚେନ୍ନାଇ ସ୍ଥିତ ରାଜୀବ ଗାନ୍ଧି ସରକାରୀ ହସ୍ପିଟାଲ ଯାଇ ସ୍ଥିତି ସମୀକ୍ଷା କରିଛନ୍ତି କେନ୍ଦ୍ରମନ୍ତ୍ରୀ।

ଚେନ୍ନାଇ ସମେତ ଦେଶର ୭ ଶହରୁ ଅଧିକ ଜିଲ୍ଲାରେ ଏହି ରିହରସେଲ୍ ହେଉଥିବା ନେଇ ସୂଚନା ରହିଛି। ପ୍ରତି ସେଣ୍ଟରରେ କିଭଳି ସୁବିଧାରେ ଟିକା ପହଞ୍ଚିବ ଏବଂ ଟିକାକରଣ ନେଇ ଯେପରି ଲୋକଙ୍କ ପାଖରେ କୌଣସି ଭୁଲ୍ ତଥ୍ୟ ନ ପହଞ୍ଚେ ସେଥିଲାଗି ସଜାଗ ରହିବାକୁ ପରାମର୍ଶ ବି  ଦିଆଯାଇଛି।

ଦେଶରେ ପ୍ରଥମ ଥର ପାଇଁ କୋଭିଡ୍ ଭ୍ୟାକ୍ସିନ ଦିଆଯିବାକୁ ଥିବାରୁ ଫୋକସରେ ଏବେ ରହିଛି ପାର୍ଶ୍ୱ ପ୍ରତିକ୍ରିୟା । ଟିକାକରଣ କେନ୍ଦ୍ରରେ ସ୍ୱତନ୍ତ୍ର ଭାବେ AEFI କିଟ୍ ରଖିବାକୁ ନିର୍ଦ୍ଦେଶ ଜାରି କରାଯାଇଛି। ସେହିପରି ଆମ ରାଜ୍ୟରେ ବି ଆରମ୍ଭ ହୋଇଛି ଦ୍ୱିତୀୟ ପର୍ଯ୍ୟାୟ କରୋନା ଟିକାକରଣର ଡ୍ରାଏ ରନ୍।  ଏହା ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଚାଲିବ ବୋଲି ଜଣାଯାଇଛି। ଏଥର ପ୍ରତି ଜିଲ୍ଲାର ୩ରୁ ୪ଟି ହସ୍ପିଟାଲରେ ଡ୍ରାଏ ରନ୍ ହେଉଛି। ତେବେ ପୂର୍ବରୁ ଜାନୁଆରୀ ୨ରେ  ସରିଥିଲା ପ୍ରଥମ ପର୍ଯ୍ୟାୟ ଡ୍ରାଏରନ ଟିକା।

Leave a Reply

Your email address will not be published.