ସାଉଦି ଆରବର କବରରୁ ଭାରତ ଅଣାଗଲା ହିନ୍ଦୁ ଯୁବକଙ୍କର ମୃତ ଦେହର ଅବଶେଷ

ନୂଆଦିଲ୍ଲୀ, (ଓଡିଶା ଟାଇମ୍): ଜଣେ ହିନ୍ଦୁ ଯୁବକଙ୍କ ମୃତଦେହକୁ ସାଉଦି ଆରବର କବରରୁ ଭାରତକୁ ଅଣାଯାଇଛି । ବୁଧବାର ଦିଲ୍ଲୀ ହାଇକୋର୍ଟରେ ଏହି ସୂଚନା ପ୍ରଦାନ କରି କେନ୍ଦ୍ର ସରକାର କହିଛନ୍ତି ଯେ ମୃତଦେହର ଶବକୁ ପରିବାରକୁ ହସ୍ତାନ୍ତର ପ୍ରକ୍ରିୟା ଶେଷ ହୋଇଛି । ଭାରତୀୟ ହିନ୍ଦୁ ଯୁବକଙ୍କୁ ସାଉଦି ଆରବରେ ମୁସଲମାନ ବୋଲି  ଭାବି ମୃତ୍ୟୁ ପରେ କବର ଦିଆଯାଇଥିଲା।

ଜଷ୍ଟିସ ପ୍ରତୀଭା ଏମ ସିଂଙ୍କ ସମ୍ମୁଖରେ କେନ୍ଦ୍ର ସରକାରଙ୍କ ତରଫରୁ ନିଯୁକ୍ତ ହୋଇଥିବା ଆଡଭୋକେଟ୍ ରିପୁଦମାନ ଭରଦ୍ୱାଜ କହିଛନ୍ତି ଯେ ବୁଧବାର ସକାଳେ ମୃତଦେହର ଶବ ଭାରତରେ ପହଞ୍ଚିଛି । ସେ କହିଛନ୍ତି ଯେ ମୃତଦେହର ଅବଶେଷକୁ ଉତ୍ତରପ୍ରଦେଶର ଉନ୍ନାଓରେ ରହୁଥିବା ପରିବାରକୁ ହସ୍ତାନ୍ତର ପାଇଁ ପଠାଯାଇଛି । ହାଇକୋର୍ଟ କହିଛନ୍ତି ଯେ ପରିବାର ଲୋକ ମୃତ ଦେହର ଅବଶେଷ ମିଳିଛି ଏବଂ ସେମାନେ ହିନ୍ଦୁ ରୀତିନୀତି ଅନୁଯାୟୀ ତାଙ୍କର ଶେଷକୃତ୍ୟ ସଂପନ୍ନ କରିବେ।

ଏହି ପ୍ରସଙ୍ଗରେ ସାଉଦି ଆରବର ଅଧିକାରୀମାନଙ୍କୁ ହାଇକୋର୍ଟ କୃତଜ୍ଞତା ଜଣାଇବା ସହ ବୈଦେଶିକ ମନ୍ତ୍ରଣାଳୟର ନିର୍ଦ୍ଦେଶକ, ପରାମର୍ଶଦାତା, ପାସପୋର୍ଟ ଏବଂ ଭିସା (ସିପିଭି) ବିଭାଗର ନିର୍ଦ୍ଦେଶକ ବିଷ୍ଣୁ କୁମାର ଶର୍ମାଙ୍କ ଉଦ୍ୟମକୁ ମଧ୍ୟ ପ୍ରଶଂସା କରିଛନ୍ତି। ହାଇକୋର୍ଟ କହିଛନ୍ତି ଯେ ମୃତ ଯୁବକ ସଞ୍ଜୀବ କୁମାରଙ୍କ ନିଯୁକ୍ତିଦାତାଙ୍କ ଦ୍ୱାରା ପଠାଇଥିବା ଟଙ୍କା ମେ ୭ ରେ ପରିବାରକୁ ଦିଆଯାଇଛି । ଏଥିସହ ସଞ୍ଜୀବ କୁମାରଙ୍କ ପତ୍ନୀ ଅଞ୍ଜୁ ଶର୍ମା ଦାଖଲ କରିଥିବା ଯାଚିକାର ମଧ୍ୟ ସମାଧାନ କରିଛନ୍ତି । ଅଞ୍ଜୁ ସାଉଦି ଆରବରେ ମୁସଲମାନ ବୋଲି ଭାବି ମୃତ୍ୟୁପରେ କବରରେ ପୋତି ଦିଆଯାଇଥିବା ତାଙ୍କ ସ୍ୱାମୀଙ୍କ ମୃତଦେହକୁ ଭାରତକୁ ଆଣିବା ପାଇଁ ସେ କେନ୍ଦ୍ର ସରକାରଙ୍କୁ ଏକ ନିବେଦନ କରିଥିଲେ  ।  ଯାହା ଫଳରେ ସେମାନେ ହିନ୍ଦୁ ରୀତି ନୀତି ଅନୁଯାୟୀ ତାଙ୍କର ଅନ୍ତିମ ସଂସ୍କାର ହୋଇପାରିବ ।

ଚଳିତ ବର୍ଷ ୨୪ ଜାନୁଆରୀରେ ହୃଦଘାତରେ ସାଉଦି ଆରବରେ ୫୧ ବର୍ଷୀୟ ସଞ୍ଜୀବ କୁମାରଙ୍କ ମୃତ୍ୟୁ ହୋଇଥିଲା। ପରେ ୧୮ ଫେବୃଆରୀରେ ପରିବାର ଲୋକଙ୍କୁ କୁହାଯାଇଥିଲା ଯେ ତାଙ୍କର ମୃତଦେହକୁ ସେଠାରେ ପୋତି ଦିଆଯାଇଛି। ଆବେଦନ ଅନୁଯାୟୀ, ଭାରତୀୟ ମହାବାଣିଜ୍ୟ ଦୂତାବାସର ଅଧିକାରୀଙ୍କ ସୂଚନା ଅନୁଯାୟୀ ଏହା ଜେଦାହରେ ଥିବା ଭାରତୀୟ ମହାବାଣିଜ୍ୟ ଦୂତାବାସର ଅଧିକାରୀଙ୍କ ଭୁଲ ଅନୁବାଦ ଯୋଗୁଁ ଏମିତି ହୋଇଛି ଭୁଲରେ ସେ ମୃତ୍ୟୁ ପ୍ରମାଣ ପତ୍ରରେ ସଞ୍ଜୀବ ମୁସଲମାନ ବୋଲି ଲେଖିଦେଇଥିଲେ ।

Leave a Reply

Your email address will not be published. Required fields are marked *