ସେପ୍ଟେମ୍ବର ୧୪ରେ ହେବ ରାଜ୍ୟସଭା ଉପାଧକ୍ଷ ନିର୍ବାଚନ
ନୂଆଦିଲ୍ଲୀ, (ଓଡିଶା ଟାଇମ୍) : ୧୪ ତାରିଖରୁ ଆରମ୍ଭ ହେବ ସଂସଦର ମୌସୁମୀ ଅଧିବେଶନ । ଏଥି ସହ ରାଜ୍ୟସଭାର ଡେପୁଟି ଚେୟାରମ୍ୟାନ୍ ପଦବୀ ପାଇଁ ନିର୍ବାଚନ ମଧ୍ୟ ହେବ।ଏହା ପୂର୍ବରୁ ଗତକାଲି କଂଗ୍ରେସ ପକ୍ଷରୁ ଏକ ବୈଠକ କରାଯାଇଛି। ରାଜ୍ୟସଭାର ଡେପୁଟି ଚେୟାରମ୍ୟାନ୍ ନିର୍ବାଚନରେ ପ୍ରାର୍ଥୀ ଦେବା ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଛି। ରାଜ୍ୟସଭାରେ ଏନଡିଏ ର ଅଧିକ ସଂଖ୍ୟା ଥିବା ଜାଣି ମଧ୍ୟ ପାର୍ଥି ଦେବ କଂଗ୍ରେସ। ଯଦି କଂଗ୍ରେସ ପ୍ରାର୍ଥୀ ଦେବ ତେବେ ସାଙ୍କେତିକ ନିର୍ବାଚନ ଅନୁଷ୍ଠିତ ହେବ। ତେବେ ଶାସକ ଦଳ ତରଫରୁ କିଏ ପ୍ରାର୍ଥୀ ହେବେ ସେ ନେଇ ସୂଚନା ମିଳିନାହଁ।
ଗୃହରେ ଜେଡିୟୁ ରାଜ୍ୟସଭା ସଦସ୍ୟ ହରିବଂଶ ନାରାୟଣ ସିଂ ଙ୍କ କାର୍ୟ୍ୟକାଳ ଏପିଲ ୯ ରେ ଶେଷ ହେବା ପରେ ଏହି ପଦ ଖାଲି ପଡିଛି। ୨୦୧୮ ଅଗଷ୍ଟ ୯ ରେ ସେ ଏନଡିଏ ପ୍ରାର୍ଥୀ ଭାବେ ବିଜୟ ହୋଇଥିଲେ। ହରିବଂଶ କିନ୍ତୁ ପୁନର୍ବାର ରାଜ୍ୟସଭା ସଦସ୍ୟ ଭାବରେ ନିର୍ବାଚିତ ହୋଇଛନ୍ତି। ଆଗକୁ ବିହାର ନିର୍ବାଚନ ଥିବାରୁ ବିଜେପି ପୁଣିଥରେ ତାଙ୍କୁ ପ୍ରାର୍ଥୀ କରିପାରେ।
ପୂର୍ବଥର ଡେପୁଟି ଚେୟାରମ୍ୟାନ ନିର୍ବାଚନ ସମୟରେ ବିଜେଡି ସାଂସଦ ପ୍ରସନ୍ନ ଆଚାର୍ୟ୍ୟ ଙ୍କ ନା ଚର୍ଚ୍ଚା ହୋଇଥିଲା। ନିକଟରେ ବିଜେଡି ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ରାଜ୍ୟସଭା ଅଧକ୍ଷ ଭେଂକିୟା ନାଇଡୁ ଙ୍କ ଦ୍ୱରା ଉପଧକ୍ଷ ପ୍ୟାନେଲ ରେ ସାମିଲ ହୋଇଛନ୍ତି। ତେଣୁ ଚଳିତ ନିର୍ବାଚନ ରେ କୌଣସି ବିଜେଡ଼ି ନେତାଙ୍କ ନାମ ଚର୍ଚ୍ଚାକୁ ଆସିନାହିଁ।
ତେବେ ମିଳିଥିବା ସୂଚନା ଅନୁଯାୟୀ ଡେପୁଟି ଚେୟାରମ୍ୟାନ୍ ପଦବୀ ପାଇଁ ନିର୍ବାଚନରେ କଂଗ୍ରେସ ଡିଏମକେ ସାଂସଦଙ୍କୁ ପ୍ରାର୍ଥୀ କରିପାରେ। ଯଦି ଡିଏମକେ ପ୍ରାର୍ଥୀ ନଦେବ ତେବେ କଂଗ୍ରେସ ପ୍ରାର୍ଥୀ ଦେବ। ସୀମାରେ ଚୀନ୍ ସହିତ ତିକ୍ତତା, କରୋନା ମହାମାରୀ ସଙ୍କଟ ଏବଂ ଜିଡିପି ଅଭିବୃଦ୍ଧି ହାର ହ୍ରାସ ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ସରକାରଙ୍କୁ ଘେରିବାକୁ କଂଗ୍ରେସ ଗତକାଲିର ବୈଠକରେ ନିଷ୍ପତ୍ତି ନେଇଛି।