The Propaganda Appointment: କିଏ ସେହି ଅମୁକ ଡ୍ୟାସ୍ ? (ଭାଗ-୩)

Bhubaneswar: ତୁଠ ନିରମଳ, ପାଣି ଗଙ୍ଗା ଜଳ…. ମୁଗୁନି ପଥର ପଡ଼ିଛି, କେତେ ଘଷିମାଜି ହେଉଛୁ ଲୋ ଗୋରି କେଉଁ ରସିକ ବା ଝୁରୁଛି…

ଆଜ୍ଞା ହଁ, ଆମେ ଏଇଥି ପାଇଁ କହୁଛୁ, କାରଣ, ଏହାର ଉତ୍ତର ତଥାକଥିତ ଡ୍ୟାସ୍ ସାମ୍ବାଧିକଙ୍କ ପାଇଁ ଏକମାତ୍ର ପ୍ରଯୁଜ୍ୟ । ତଥାକଥିତ ଡ୍ୟାସ୍ ସାମ୍ବାଦିକଙ୍କ ପାଇଁ ପରୋକ୍ଷରେ ଏବଂ ପ୍ରତ୍ୟକ୍ଷରେ ଦୁଇ ତଥାକଥିତ ସାମ୍ବାଦିକ ଏବେ ଦ୍ବନ୍ଦ୍ବରେ, କାରଣ ନିଜକୁ ବହୁତ ବଡ଼ ସାମ୍ବାଦିକ ବୋଲି ଭାବୁଥିବା ସେହି ଦୁଇ ତଥାକଥିତ ସାମ୍ବାଧିକ ଏବେ ସଂପୃକ୍ତ ଡ୍ୟାସ୍ ସାମ୍ବାଦିକଙ୍କ ପାଇଁ ବହୁତ ଟେନସନରେ । ତଥାକଥିତ ଡ୍ୟାସ୍ ସାମ୍ବାଦିକଙ୍କ ପାଇଁ ପୂର୍ବତନ Boss ସଂଶୟରେ ଥିବା ବେଳେ ସଂପୃକ୍ତ ଡ୍ୟାସ୍ ସାମ୍ବାଦିକଙ୍କ ବର୍ତ୍ତମାନର Boss ମଧ୍ୟ ଚିନ୍ତାରେ । ଶାସନ କଳକୁ ହତିଆର କରି ଏବେ ଚାପ ପକାଇବାରେ ଲାଗି ପଡ଼ିଛନ୍ତି ଏମାନେ । କିନ୍ତୁ କିଛି ହେବାର ନାହିଁ । Action ହେବା ହିଁ ଥୟ ।
ଲୁଚିଛି ନା ଗୋଡ଼ ଦୁଇଟା ଦିଶୁଛି… ଆଗକୁ ଘଟିବ ବଡ଼ ଘଟଣା… ସିଭିରେ ମିଛ ତଥ୍ୟ, ପୂର୍ବ ସଂସ୍ଥା ମୁଖ୍ୟଙ୍କ ଦସ୍ତଖତ ଜାଲିଆତି… ଆଗକୁ ଖୁବ ମହଙ୍ଗା ପଡ଼ିବାକୁ ଯାଉଛି । କାରଣ ଏ ପରା Propaganda Appointment…
ହଁ, କଣ ସେହି Propaganda Appointment ଆମେ ଆପଣଙ୍କୁ କହିବୁ । Print ସାମ୍ବାଦିକତାର A-B-C ନଜାଣି ବୈଦ୍ୟୁତିକ ଗଣମାଧ୍ୟମରେ ମନେ ମନେ ନିଜକୁ ବିଜ୍ଞ ଭାବୁଥିବା ସାମ୍ବାଦିକଙ୍କ ମୁଣ୍ଡରେ ଏ Hybrid Idea ଦେଲା କିଏ ? ସତରେ What an idea Sir ji !!!
ଡ୍ୟାସ୍ ସାମ୍ବାଦିକ ଏବେ ଯେଉଁ ସଂସ୍ଥାରେ ଅଛନ୍ତି, ସେହି ସଂସ୍ଥାରେ Join କରିବା ପୂର୍ବରୁ, ସେହି ସଂସ୍ଥାର ୱେବସାଇଟରେ ଏକ Self promotional cooked news ବାହାରିଥିଲା । ଯେଉଁଥିରେ Date line ଓ Byline ଜାଗାରେ ସଂପୃକ୍ତ ଡ୍ୟାସ୍ ସାମ୍ବାଦିକଙ୍କ ନାଁ ରହିଛି । ଯାହା ସ୍ପଷ୍ଟ କରି ଦେଉଛି, ସଂପୃକ୍ତ ଡ୍ୟାସ୍ ସାମ୍ବାଦିକ ହିଁ ସେହି ଖବର ଲେଖିଛନ୍ତି । ଯଦି ତାହା ହୋଇ ନଥାଏ, ତେବେ ତାଙ୍କ ତଥାକଥିତ ପରାମର୍ଶଦାତା ସାମ୍ବାଦିକ ହିଁ ଏହି Idea ଦେଇଛନ୍ତି । ତେଣୁ ଏଭଳି କ୍ଷେତ୍ରରେ ଡ୍ୟାସ୍ ସାମ୍ବାଦିକଙ୍କ ଦୁଇ ତଥାକଥିତ Boss ମଧ୍ୟ Exposed । ଏଥିରେ ସନ୍ଦେହ ରହୁଛି କି ?
ଏବେ ଦ୍ବିତୀୟ ପଏଣ୍ଟକୁ ଆସିବା । ଯେଉଁ ସଂସ୍ଥାର ୱେବସାଇଟରେ ସଂପୃକ୍ତ ଡ୍ୟାସ୍ ସାମ୍ବାଦିକଙ୍କ ନିଖୋଜ ସଂକ୍ରାନ୍ତ ଖବର ପ୍ରକାଶିତ ହୋଇଥିଲା, ତାର କିଛିଦିନ ପରେ ସେହି ସଂସ୍ଥାରେ ସେ ହିଁ ଜଏନ କଲେ । ଲୋକେ କଣ ଏତେ ବୋକା, କିଛି ବୁଝିପାରୁ ନାହାନ୍ତି ? ଏହା Propaganda Appointment ନୁହେଁ ତ ଆଉ କଣ ! ତେଣୁ ଏଭଳି ସ୍ଥିତିରେ ଆଗକୁ କିଛି ବଡ଼ ଘଟଣା ଘଟିବା କିଛି ଆଶ୍ଚର୍ଯ୍ୟଜନକ ନୁହେଁ… (କ୍ରମଶଃ…

Leave a Reply

Your email address will not be published. Required fields are marked *