ଜୁଲାଇ ୨୫ ପର୍ଯ୍ୟନ୍ତ ବଢିଲା ଓଜେଇଇ ପଞ୍ଜୀକରଣ ସମୟସୀମା
ଭୁବନେଶ୍ବର, (ଓଡିଶା ଟାଇମ୍) : କରୋନା ମହାମାରୀ ସଂକ୍ରମଣକୁ ଦୃଷ୍ଟିରେ ରଖି ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (OJEE) ଆବେଦନକୁ ପୁଣି ଘୁଞ୍ଚାଇ ଦିଆଯାଇଛି । ବିଭିନ୍ନ ପାଠ୍ୟକ୍ରମରେ ଅନଲାଇନ୍ ଆବେଦନ କରିବା ପାଇଁ ଓଜେଇଇର ୱେବ ପୋର୍ଟାଲ୍ ଖୋଲାଯାଇଛି । ଛାତ୍ରଛାତ୍ରୀମାନେ ବି ଫାର୍ମ/ଏମବିଏ/ଏମସିଏ/ଏମଟେକ୍ /ଏମଟେକ୍ ପାଇଁ ଆବେଦନ କରିପାରିବେ । ଛାତ୍ରଛାତ୍ରୀ ଏସବୁ ପାଠ୍ୟକ୍ରମଗୁଡିକ ପଢ଼ିବା ପାଇଁ ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ଆବେଦନ କରିପାରିବେ ।
ସେହିପରି ଜେଇଇ ମେନ୍ ଓ ନିଟ ପ୍ରବେଶିକା ପରୀକ୍ଷା ଜୁଲାଇ ଶେଷ ସପ୍ତାହରେ କରିବା ପାଇଁ କାର୍ଯ୍ୟସୂଚୀ ବି ପ୍ରସ୍ତୁତ କରିଥିଲା। ଜେଇଇ ମେନ୍ ଏବଂ ନିଟ୍ ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇ ଥିବାରୁ ଜୁଲାଇରେ ହେବାକୁ ଥିବା ପରୀକ୍ଷାକୁୁ ସ୍ଥଗିତ ରଖାଯାଇଛି। ଜେଇଇ ମେନ୍ ଏବଂ ନିଟ୍ ପରୀକ୍ଷା ସରିବା ପରେ ସେପ୍ଟମ୍ବର ମାସ ଶେଷ ସୁଦ୍ଧା ଜେଇଇ ପରୀକ୍ଷା ଅନୁଷ୍ଠିତ ହୋଇପାରେ ବୋଲି ଓଜେଇଇ ଅଧ୍ୟକ୍ଷ ଏସ୍.କେ ଚାନ୍ଦ