ଦେଶରେ ୪୦ ଲକ୍ଷ ଛୁଇଁଲା କରୋନା ସଂକ୍ରମଣ ସଂଖ୍ୟା

ନୂଆଦିଲ୍ଲୀ, (ଓଡିଶା ଟାଇମ୍) : ଦେଶରେ କରୋନା ଆକ୍ରାନ୍ତ ସଂଖ୍ୟା ଟପିଲା ୪୦ ଲକ୍ଷ । ଗତ ୨୪ ଘଂଟାରେ ଦେଶରେ ୮୬ ହଜାର ୪୩୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ୍ ଆକ୍ରାନ୍ତ ସଂଖ୍ୟା ୪୦ ଲକ୍ଷ ୨୩ ହଜାର ୧୭୯ରେ ପହଁଚିଛି । ସେହିପରି ଦେଶରେ ଗତ ୨୪ ଘଂଟାରେ ଏକ ହଜାର ଅଣାନବେ ଜଣଙ୍କ କରୋନା ସଂକ୍ରମଣରେ ମୃତ୍ୟୁ ହୋଇଛି ।

ଏହାକୁ ମିଶାଇ ଦେଶରେ ମୋଟ୍ କରୋନା ମୃତ୍ୟୁ ସଂଖ୍ୟା ୬୯ ହଜାର ୫୬୧ରେ ପହଁଚିଛି । ବର୍ତମାନ ଦେଶରେ ସକ୍ରିୟ କ୍ରମିତଙ୍କ ସଂଖ୍ୟା ୮ ଲକ୍ଷ ୪୬ ହଜାର ୩୯୫ ରହିଛି । ସୁସ୍ଥ ସଂଖ୍ୟା ୩୧ ଲକ୍ଷ ୭ ହଜାର ୨୨୩ ରହିଛି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି । 

ସୂଚନା ମୁତାବକ, ଗତକାଲି ୨୪ଘଣ୍ଟାରେ  ୮୩,୩୪୧ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏହା ସହ ୧୦୯୬ଜଣ ମୃତ୍ୟୁବରଣ କରିଥିଲେ। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ ଭାରତରେ ମୋଟ ସଂକ୍ରମିତ ସଂଖ୍ୟା ୩୯,୩୬,୭୪୭ ରେ ପହଞ୍ଚିଥିଲା । ଏହା ମଧ୍ୟରୁ ୮,୩୧,୧୨୪ ଜଣ ସକ୍ରିୟ ସଂକ୍ରମିତ ଥିବାବେଳେ ମୃତ୍ୟୁସଂଖ୍ୟା ୬୮,୪୭୨ ରହିଥିଲା। ଏହା ସହ କାଲି ମୃତ୍ୟୁ ସଂଖ୍ୟା ୧,୦୦୦ପାର କରିଥିବା ବେଳେ ଆଜି ମଧ୍ୟ ମୃତ୍ୟୁସଂଖ୍ୟା ୧,୦୦୦ପାର କରିଛି।  

Leave a Reply

Your email address will not be published.