ଭଦ୍ରକ ଜିଲ୍ଲାରେ ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ପହଁଞ୍ଚିଲେ ଏନଡିଆରଏଫ ୟୁନିଟ୍

ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜ୍ୟରେ ଜାରି ରହିଥିବା ଲଗାଣ ଲଘୁଚାପ ବର୍ଷା କାରଣରୁ ଅନେକ ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ।ଭଦ୍ରକ ଜିଲ୍ଲାରେ ମଧ୍ୟ ଦୁଇ ଦିନ ଧରି ଲଗାଣ ବର୍ଷା ହେଉଥିବା ବେଳେ ବନ୍ୟା ଆଶଙ୍କା ଦେଖାଦେଇଛି ।

ସମସ୍ତ ନଦୀରେ ବର୍ଷା ଜଳ ପ୍ରବାହିତ ହେବା ଫଳରେ ବୈତରଣୀ, ରେବ୍‌, କପାଳି ଓ ସାଳନ୍ଦୀ ନଦୀ ଫୁଲିବାରେ ଲାଗିଛି । ମୁଖ୍ୟତଃ ଧାମନଗର, ଭଣ୍ଡାରିପୋଖରୀ ଅଞ୍ଚଳ ବନ୍ୟାରେ ପ୍ରଭାବିତ ହୋଇପାରେ ବୋଲି ଜିଲ୍ଲା ଜରୁରୀକାଳୀନ ବିଭାଗ ଅନୁମାନ କରିଛି ।

ସକାଳେ ଏନ୍‌ଡିଆର୍‌ଏଫ ଏବଂ ଓଡ୍ରାଫ ଟିମ୍‌ ଜିଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ ପରେ ଏବଂ ଓଡ୍ରାଫ ଟିମ୍‌କୁ ଧାମନଗର ଓ ଏନ୍‌ଡିଆର୍‌ଏଫ ଟିମ୍‌କୁ ଭଣ୍ଡାରୀପୋଖରୀ ପଠାଇ ଦିଆଯାଇଛି ।

Leave a Reply

Your email address will not be published.