ପରୀ ହତ୍ୟାକାଣ୍ଡ ମାମଲା: ନାବାଳକ ଅଭିଯୁକ୍ତର ହେବ ନାହିଁ ନାର୍କୋ ଟେଷ୍ଟ
ନୟାଗଡ଼, (ଓଡିଶା ଟାଇମ୍) :ପରୀ ଅଭିଯୁକ୍ତର ନାର୍କୋ ଟେଷ୍ଟ ଆବେଦନ ଖାରଜ। ଅଭିଯୁକ୍ତ ନାବାଳକର ସହମତି ନମିଳିବାରୁ ନାର୍କୋ ଟେଷ୍ଟ ଆବେଦନକୁ ଖାରଜ କଲେ ଜୁଭେନାଇଲ୍ ଜଷ୍ଟିସ ବୋର୍ଡ।ନାର୍କୋ ଟେଷ୍ଟ ପାଇଁ ପୂର୍ବରୁ ପକ୍ସୋ କୋର୍ଟରେ ଆବେଦନ କରିଥିଲା ଏସ୍ଆଇଟି।ଆଜି ଜୁଭେନାଇଲ୍ ଜଷ୍ଟିସ୍ ବୋର୍ଡରେ ହୋଇଛି ବିଚାର।
ଶୁକ୍ରବାର ଅନୁଗୁଳ ଜୁଭେନାଇଲ ଜେଲରୁ ନୟାଗଡ଼ ଜୁଭେନାଇଲ୍ ଜଷ୍ଟିସ୍ ବୋର୍ଡକୁ ତାଙ୍କୁ ନିଆଯାଇଥିଲା। କଡା ସୁରକ୍ଷା ବଳୟ ଭିତରେ ଅନୁଗୁଳ ବାଳ ସୁଧାର ଗୃହରୁ ଅଭିଯୁକ୍ତକୁ ନୟାଗଡ ନିଆଯାଇଥିଲା। ଅଭିଯୁକ୍ତର ନାର୍କୋଟିକ୍ ଟେଷ୍ଟ ପାଇଁ ଏସ୍ଆଇଟି ପକ୍ଷରୁ ହୋଇଥିବା ଆବେଦନ ଉପରେ ଆଜି ବିଚାର କରାଯାଇଛି। ଗତ ବୁଧବାର କୋର୍ଟ ଅଭିଯୁକ୍ତକୁ ନାବାଳକ ଦର୍ଶାଇବା ପରେ ରାତିରେ ଅଭିଯୁକ୍ତକୁ ନୟାଗଡ଼ରୁ ଅନୁଗୁଳ ଜୁଭେନାଇଲ ଜେଲକୁ ଅଣା ଯାଇଥିଲା।