ରେଙ୍ଗାଲି ଜଳଭଣ୍ଡାରରୁ ନିଷ୍କାସନ ହେଲା ପ୍ରଥମ ବନ୍ୟାଜଳ
ଅନୁଗୋଳ, (ଓଡିଶା ଟାଇମ୍) : ଅନୁଗୋଳ ଜିଲ୍ଲା କଣିହାଁ ସ୍ଥିତ ରେଙ୍ଗାଳି ଜଳଭଣ୍ଡାରରୁ ପ୍ରଥମ ଥର ପାଇଁ ବନ୍ୟାଜଳ ନିସ୍କାଷନ ହୋଇଛି ।
ଜଳଭଣ୍ଡାର ପକ୍ଷରୁ ସୂଚନା ଅନୁସାରେ, ଜଳଭଣ୍ଡାରରରେ ୧୨୧.୫୩ ଜଳ ଘନମିଟର ଗଛିତ ଥିବା ବେଳେ ଜଳଭଣ୍ଡାରରେ ୨୫ ଶହ ଘନମିଟର ଜଳ ପ୍ରବେଶ କରୁଛି । ତେଣୁ ଜଳଭଣ୍ଡାର ପକ୍ଷରୁ ପାୱାର ହାଉସ ଓ ୭ନଂମ୍ବର ଗେଟ୍ରେ ଆଶିଂକ ୧୨ ଶହ ଘନମିଟର ଜଳ ନିଷ୍କାସନ କରାଯାଇଛି ।
ଅନ୍ୟ ପକ୍ଷରେ ତଳ ମୁଣ୍ଡରେ ଥିବା ଗ୍ରାମ ଗୁଡିକୁ ନଦୀକୁ ଯିବା ପାଇଁ ବାରଣ କରାଯାଇଥିବା ଜଳଭଣ୍ଡାରର କାର୍ଯ୍ୟନିର୍ବାହୀ ଅଧିକାରୀ ଅଜିତ କୁମାର ଜେନା ସୂଚନା ଦେଇଛନ୍ତି ।