ବିପଦ ସଂକେତ ଟପିଲା ଜଳକା
ଭୁବନେଶ୍ବର, (ଓଡିଶା ଟାଇମ୍) : ଲଘୁଚାପ ଜନିତ ବର୍ଷା ଯୋଗୁଁ ବାଲେଶ୍ବର ଜିଲ୍ଲା ବସ୍ତା ବ୍ଳକ୍ ଦେଇ ପ୍ରବାହିତ ଜଳକା ନଦୀ ର ଜଳସ୍ତର ବଢିବାରେ ଲାଗିଛି । ନଦୀର ଉପର ମୁଣ୍ଡରେ ରାସଗୋବିନ୍ଦପୁର, ମୋରଡା, ଶୁଳିଆପଦା, ଚିତ୍ରଡା ଅଞ୍ଚଳରେ ଗତକାଲି ଠାରୁ ବର୍ଷା ହେବା ଫଳରେ ନଦୀର ଜଳସ୍ଥଳ ବଢିବାରେ ଲାଗିଛି , ନଦୀର ମଥାନୀ ଠାରେ ବିପଦ ସଙ୍କେତ ୫.୫୦ ଥିବାବେଳେ ସକାଳ ୭ ସୁଧା ୫.୮୦ ମିଟରରେ ଜଳ ପ୍ରବାହିତ ହେଉଛି, ଯଦି ଏହିଭଳି ଭାବରେ ବର୍ଷା ଲାଗିରହେ ତେବେ ବସ୍ତା ବ୍ଳକ୍ ର ୧୦ ଟି ପଞ୍ଚାୟତ ମଥାନୀ,ବାହରଦା,ପତ୍ରଝଡା, ରାଉତପଡା , ବ୍ରାହ୍ମଣଦା , ସଦାନନ୍ଦପୁର ଓ ସଦର ବ୍ଳକ୍ ର ୨ଟି ପଞ୍ଚାୟତରେ ଶ୍ରୀରାମପୁର ବନ୍ୟା ହେବାର ଆଶଙ୍କା ରହିଛି ।