କରୋନା ଯୋଦ୍ଧାଙ୍କୁ ମିଳିବ ପ୍ରୋତ୍ସାହନ ରାଶି

ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜ୍ୟରେ କରୋନା ମହାମାରୀ ମାଡି ମାଡି ଚାଲିଥିବା ବେଳେ ସେମାନଙ୍କ ସେବାରେ ଲାଗିପଡିଛନ୍ତି କରୋନା ଯୋଦ୍ଧା । ଏନେଇ ରାଜ୍ୟରେ କୋଭିଡ ସେବକଙ୍କ ପାଇଁ ପ୍ରୋତ୍ସାହନ ରାଶି ଘୋଷଣା କରାଯାଇଛି । କେବଳ କରୋନା ପଜିଟିଭ ରୋଗୀଙ୍କ ଚିକିତ୍ସା ଓ ସେବା ପାଇଁ ଏହି ସହାୟତା ମିଳିବ ।

ତେବେ ଡାକ୍ତରମାନଙ୍କୁ ଦୈନିକ ଏକ ହଜାର ଟଙ୍କା ଲେଖାଏଁ ପ୍ରୋତ୍ସାହନ ରାଶି ମିଳିବ । ନର୍ସ ଓ ଫାର୍ମାସିଷ୍ଟଙ୍କୁ ଦୈନିକ ୫୦୦ ଟଙ୍କାର ପ୍ରୋତ୍ସାହନ ରାଶି ମିଳିବ । ସେହିପରି ରେଡିଓଗ୍ରାଫର ଓ ଲାବ୍ରୋଟୋରି ଟେକ୍ନିସିଆନଙ୍କୁ ଦୈନିକ ୫୦୦ ଟଙ୍କା ଲେଖାଏଁ ମିଳିବ । ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ଦୈନିକ ୨୦୦ ଲେଖାଏଁ ଟଙ୍କା ମିଳିବ । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହି ପ୍ରୋତ୍ସାହନ ରାଶି ଘୋଷଣା କରାଯାଇଛି । ଏ ବାବଦ ସମସ୍ତ ଖର୍ଚ୍ଚ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଭରଣ କରାଯିବ ।

 

Leave a Reply

Your email address will not be published.