ବହୁ ଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲା: ଅଞ୍ଜନାଙ୍କ ଘରେ ସିବିଆଇ ଟିମ୍
ଭୁବନେଶ୍ବର, (ଓଡିଶା ଟାଇମ୍) :
ବହୁ ଚର୍ଚ୍ଚିତ ଅଞ୍ଜନା ମିଶ୍ରଙ୍କ ଘରେ ପହଞ୍ଚିଲା ସିବିଆଇ ଟିମ। ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲା ଓ ବିବନ ବିଶ୍ୱାଳ ଗିରଫ ପ୍ରସଙ୍ଗରେ ଅଞ୍ଜନାଙ୍କ ଘରେ ୨ ଜଣିଆ ସିବିଆଇ ଟିମ ପଚରାଉଚରା କରୁଥିବା ନେଇ ସୂଚନା ମିଳିଛି। ଘଟଣା ବିଷୟରେ ଅଞ୍ଜନାଙ୍କ ସହ ସିବିଆଇ ଟିମ ଆଲୋଚନା କରୁଥିବା ନେଇ ସୂଚନା ମିଳିଛି। ଅଞ୍ଜନାଙ୍କ ସହ ସିବିଆଇ ଟିମ୍ ପ୍ରାୟ ୩୦ ମିନିଟ ଆଲୋଚନା କରିଛନ୍ତି। ଖୁବ୍ ଶୀଘ୍ର ଚାର୍ଜସିଟ୍ ଦାଖଲ କରାଯିବ ବୋଲି ସିବିଆଇ କହିଛି। ତେବେ ଦୀର୍ଘ ୨୨ ବର୍ଷ ପରେ ମୁଖ୍ୟ ଅଭିଯୁକ୍ତ ବିବନଙ୍କୁ ମହାରାଷ୍ଟରୁ ଗିରଫ କରିଥିଲା କମିଶନରେଟ ପୋଲିସ।
ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳକୁ ଘଟଣା ସ୍ଥଳକୁ ନେଇ ପୂର୍ବରୁ ମାର୍ଚ୍ଚ ୫ ତାରିଖରେ ସିନ୍ ରିକ୍ରିଏଟ୍ କରିଥିଲା ସିବିଆଇ। ୧୯୯୯ ମସିହାରେ ଘଟିଥିବା ସେହି ସ୍ଥାନକୁ ନେଇ ତଦନ୍ତକାରୀ ସଂସ୍ଥା ତନାଘନା କରିଥିଲା ସିବିଆଇ ଟିମ l
କେମିତି ଘଟାଇଥିଲା ଏ ଜଘନ୍ୟକାଣ୍ଡ ସିବିଆଇ ତାହାର ଖୋଳତାଡ଼ କରୁଥିବା ବେଳେ ସେଦିନ କଣ ସବୁ ଘଟିଇଲା ତାହା ଗୋଟି ଗୋଟିଏ କରି ଦେଖାଇଥିଲା ବିବନ। ଚନ୍ଦକା ଥାନା ଅଂଚଳରେ ଯେଉଁଠି ଘଟିଥିଲା ଏ ଘଟଣା, ବିବନକୁ ସେଠାକୁ ନେଇ ଛାନଭିନ୍ କରିଥିଲା କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇ।











