ସିଆରପିଏଫ ଟ୍ରୁପ ଉପରେ ଆତଙ୍କବାଦୀ ହମଲା : ଦୁଇ ଯବାନ ସହିଦ

ଶ୍ରୀନଗର, (ଓଡିଶା ଟାଇମ୍) :ଜାମ୍ମୁ କାଶ୍ମୀରର ସୋପୋରରେ ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ (CRPF) କନଭେନ ଉପରେ ଆତଙ୍କବାଦୀ ଆକ୍ରମଣ କରିଛନ୍ତି । ଏହି ଆକ୍ରମଣରେ ସିଆରପିଏଫ ୧୭୯ ବାଟାଲିୟନର ଦୁଇ ଜଣ ଜବାନ ନିହତ ହୋଇଥିବାବେଳେ ଜଣେ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଆତଙ୍କବାଦୀମାନେ ପାଟ୍ରୋଲିଂ କରୁଥିବା ପାର୍ଟି ଉପରେ ଆକ୍ରମଣ କରିଥିବା କୁହାଯାଉଛି ।

ସୂଚନାଯୋଗ୍ୟ ଯେ, ଆଜି ସକାଳେ ଏକ ସିଆରପିଏଫ ପାର୍ଟି ପାଟ୍ରୋଲିଂ ପାଇଁ ବାହାରକୁ ଯାଇଥିଲା । ରେବନ୍ ଅଞ୍ଚଳରେ ସିଆରପିଏଫ ପାର୍ଟି ଉପରେ ଗୁଳିବିନିମୟ କରାଯାଇଥିଲା । ଆତଙ୍କବାଦୀଙ୍କ ପକ୍ଷରୁ ଗୁଳି ବିନିମୟରେ ଦୁଇ ଜବାନଙ୍କ ମୃତ୍ୟୁ ହୋଇଥିବାବେଳେ ଜଣେ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଛି । ବର୍ତ୍ତମାନ ସୁରକ୍ଷା ବାହିନୀର ଏକ ଅତିରିକ୍ତ କଣ୍ଟିଜେଣ୍ଟ ଘଟଣାସ୍ଥଳରେ ପହଞ୍ଚି ସମଗ୍ର ଅଞ୍ଚଳକୁ କର୍ଡନ କରାଯାଇଛି ।

Leave a Reply

Your email address will not be published.