ଚିନ୍ତା ବଢାଉଛି କରୋନାର ବ୍ରାଜିଲ ଭାରିଏଣ୍ଟ
ନୂଆଦିଲ୍ଲୀ, (ଓଡିଶା ଟାଇମ୍) :କରୋନା ଭାଇରସର ବ୍ରାଜିଲ ଭାରିଏଣ୍ଟକୁ ସାରା ବିଶ୍ୱର ବୈଜ୍ଞାନିକମାନେ ଚିନ୍ତାରେ ପଡିଛନ୍ତି । ଏକ ନୂଆ ରିପୋର୍ଟରେ କୁହାଯାଇଛି ଯେ, ବ୍ରାଜିଲର ଭାରିଏଣ୍ଟ ସାଧାରଣ ଭାଇରସଠାରୁ ୨.୨ ଗୁଣା ଅଧିକ ସଂକ୍ରାମକ । ଏହାସହ ଏହା ଦ୍ୱିତୀୟ ଥର ସଂକ୍ରମଣ କରିବାର କ୍ଷମତା ରଖିଥାଏ । ବ୍ରାଜିଲର ସାଓ ୟୁନିଭର୍ସିଟିର ଗବେଷକମାନେ ଅକ୍ସଫୋର୍ଡ ୟୁନିଭର୍ସିଟି ସହ ଅଧ୍ୟୟନ କରି ଏହି ଫଳାଫଳ ପାଇଛନ୍ତି ।
ବୈଜ୍ଞାନିକଙ୍କ କହିବାନୁସାରେ, ବ୍ରାଜିଲର ଓ୍ୱେବ୍ ସହରର କରୋନା ମରାତ୍ମକ ସ୍ଥିତିରେ ଥିଲା । ଏବେ ଦ୍ୱିତୀୟ ଥର ଏଠାରେ ଭାଇରସର ପ୍ରଭାବ ଦେଖିବାକୁ ମିଳିଛି । ରିସର୍ଚ୍ଚରେ ସେହି ଲୋକମାନଙ୍କ ତଥ୍ୟ ସାମ୍ନାକୁ ଆସିଥିଲା ଯେଉଁମାନେ ପୁନଃ ସଂକ୍ରମଣ ହୋଇଥିଲେ । ଅର୍ଥାତ ଭଲ ହେବା ପରେ ପୁଣି ଥରେ ସଂକ୍ରମିତ ହୋଇଥିଲା । ତେବେ କିଛି ବୈଜ୍ଞାନିକ କହୁଥିଲେ ଯେ, ଥରେ ସଂକ୍ରମିତ ହେବା ପରେ ଶରୀରରେ ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି ପାଏ । କିନ୍ତୁ ବ୍ରାଜିଲରେ ଦେଖାଦେଇଥିବା କୋଭିଡର ନୂଆ ଭାରିଏଣ୍ଟ ଏହାର ବୀପରିତ କାମ କରୁଛି ।