ମୋଦିଙ୍କୁ ପ୍ରଶଂସା କରି ଅଡୁଆରେ ଗୁଲାମ ନବୀ

ନୂଆଦିଲ୍ଲୀ, (ଓଡିଶା ଟାଇମ୍) :ଜମ୍ମୁ-କାଶ୍ମୀରରେ ଜି-୨୩ ନେତାଙ୍କୁ ଭେଟିବା ଓ ଗୁଲାମ ନବୀ ଆଜାଦଙ୍କ ତରଫରୁ କରାଯାଇଥିବା ପ୍ରଧାନମନ୍ତ୍ରୀଙ୍କୁ ପ୍ରଶଂସା ପରେ କଂଗ୍ରେସରେ କମ୍ପନ ଆରମ୍ଭ ହୋଇଯାଇଛି ।ଏହି କାରଣରୁ ଜମ୍ମୁ-କାଶ୍ମୀର ପିସିସି ସଭାପତି ଗୁଲାମ ଅହମ୍ମଦ ମୀର କଂଗ୍ରେସର ବରିଷ୍ଠ ନେତା କେସି ବେଣୁଗୋପାଳଙ୍କୁ ସୋମବାର ବେଟିଛନ୍ତି । ଦିଲ୍ଲୀରେ ଉଭୟ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଛି । ସେ ରାଜ୍ୟ ପ୍ରଭାରୀ ରଜନୀ ପାଟିଲଙ୍କୁ ମଧ୍ୟ ସାକ୍ଷାତ କରିଛନ୍ତି ।

ସୂତ୍ରାନୁସାରେ, ମୀର୍ ଦଳରେ ଦେଖାଦେଇଥିବା ଅସନ୍ତୋଷକୁ ଦେଖି ଜାତୀୟ ନେତାଙ୍କୁ ଅବଗତ କରିଛନ୍ତି । ସେ ଏହା ମଧ୍ୟ କହିଛନ୍ତି ଯେ, ଦଳର ରାଜ୍ୟସ୍ତରୀୟ ନେତା ମାନେ ଗୁଲାମନବୀ ଆଜାଦ ମୋଦୀଙ୍କୁ କରିଥିବା ପ୍ରଶଂସା କାରଣରୁ ଅସନ୍ତୁଷ୍ଟ ଅଛନ୍ତି ।

ଗତ କିଛିଦିନ ତଳେ ଜମ୍ମୁରେ ଗାନ୍ଧୀ ଗ୍ଲୋବାଲ ଫ୍ୟାମିଲି ଏକ କାର୍ଯ୍ୟକ୍ରମକୁ ଆୟୋଜନ କରିଥିଲେ । ଏହାର ମୁଖ୍ୟ ଥିଲେ ଗୁଲାମ ନବୀ ଆଜାଦ । ଏହି କାର୍ଯ୍ୟକ୍ରମରେ ଜି-୨୩ ନେତାଙ୍କୁ ନିମନ୍ତ୍ରଣ କରାଯାଇଥିଲା । କିନ୍ତୁ ଦଳର ରାଜ୍ୟ ସଭାପତିଙ୍କୁ ଡକା ଯାଇନଥିଲା । ଆଜାଦ ଭିନ୍ନ ଭିନ୍ନ ଜିଲ୍ଲାରୁ ଆସିଥିବା ନେତାଙ୍କ ସହ ଆଲୋଚନା କରିଥିଲେ । ଗୁଲାମ ଅହମ୍ମଦ ମୀର ବର୍ତ୍ତମାନ ଦିଲ୍ଲୀରେ ଅଛନ୍ତି । ସେ ସାମ୍ପ୍ରତିକ ପରିସ୍ଥିତିକୁ ନେଇ ବୈଠକ କରିପାରନ୍ତି ।

Leave a Reply

Your email address will not be published. Required fields are marked *