ରାଜ୍ୟରେ ଖୋଲିବ ମନ୍ଦିର ! କାର୍ଯ୍ୟପନ୍ଥା ସ୍ଥିର କରିବାକୁ ସରକାରଙ୍କ ନିର୍ଦ୍ଦେଶ, ୧୦ଦିନ ଭିତରେ ରିପୋର୍ଟ ଦେବେ ଜିଲ୍ଲାପାଳ

ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜ୍ୟରେ ମନ୍ଦିର ତଥା ପୁରୀ ଶ୍ରୀମନ୍ଦିର ଓ ଅନ୍ୟାନ୍ୟ ପ୍ରମୁଖ ମନ୍ଦିର ଖୋଲିବା ପାଇଁ କାର୍ଯ୍ୟପନ୍ଥା ସ୍ଥିର ନେଇ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ମନ୍ଦିରର ପ୍ରଶାସନକୁ ଏନେଇ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଏହାସହ ସମସ୍ତ ଜିଲ୍ଲାପାଳଙ୍କୁ ଏନେଇ ରିପୋର୍ଟ ଦେବାକୁ ମଧ୍ୟ କୁହାଯାଇଛି। ସମସ୍ତ ପକ୍ଷଙ୍କ ସହ ବିଚାରବିମର୍ଷ କରି ୧୦ ଦିନ ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ମୁଖ୍ୟ ଶାସନ ସଚିବ ଟ୍ୱିଟ ଯୋଗେ ସୂଚନା ଦେଇଛନ୍ତି। ସେହିପରି ମନ୍ଦିର ଗୁଡ଼ିକୁ କୋଭିଡ଼ ଗାଇଡ଼ ଲାଇନ ପାଳନ କରି କିଭଳି ଖୋଲାଯାଇପାରିବ ସେ ନେଇ କାର୍ଯ୍ୟପନ୍ଥା ସ୍ଥିର କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ସୂଚନା ଯୋଗ୍ୟ, କରୋନା ସଂକ୍ରମଣ ଓ କଟକଣାକୁ ଦୃଷ୍ଟିରେ ରଖି ଦୀର୍ଘ ୭ ମାସ ହେବ ମନ୍ଦିର ଗୁଡ଼ିକୁ ବନ୍ଦ ରଖାଯାଇଛି। ମନ୍ଦିରରେ କେବଳ ସେବାୟତ ଓ ପୂଜକମାନେ ନୀତିକାନ୍ତି କରୁଥିବା ବେଳେ ଭକ୍ତମାନଙ୍କ ପାଇଁ ମନ୍ଦିର ବନ୍ଦ ରଖାଯାଇଥିଲା।

Leave a Reply

Your email address will not be published. Required fields are marked *