ତେଲେଙ୍ଗାନାରେ ଲକ୍‌ଡାଉନ୍‌ ସୀମା ବଢ଼ାଇଲେ ସରକାର

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ରାଜ୍ୟରେ ଲାଗୁ ହୋିଥିବା ଲକ୍‌ଡାଉନ୍‌ କଟକଣାକୁ ମେ’ମାସ ୨୯ ତାରିଖ ଯାଏ ବଢ଼ାଇଛନ୍ତି।  ସାମ୍ବାଦିକମାନଙ୍କୁ ଏ ବାବଦରେ ସୂଚନା ଦେଇ ମୁଖ୍ୟମନ୍ତ୍ରର ରାଓ କହିଛନ୍ତି ସନ୍ଧ୍ୟା ୬ଟା ସୂୁଦ୍ଧା ଲୋକମାନଙ୍କୁ ଆବଶ୍ୟକ ଜରୁରୀ ସାମଗ୍ରୀ କିଣିବାକୁ ହେବ। ୭ଟାରୁ କର୍ଫ୍ୟୁ ଲାଗୁ ହେବ। ଯଦି କୌଣସି ଲୋକଙ୍କୁ ୭ଟା ପରେ ବାହାରେ ବୁଲୁଥିବା ଦେଖିବାକୁ ମିଳେ ତେବେ ପୁଲିସ କାର୍ଯ୍ୟାନୁଷ୍ଠାନ ନେଇପାରିବ ବୋଲି ସେ କହିଛନ୍ତି।

ଏହି ଲକ୍‌ଡାଉନ୍‌ ସମ୍ରରେ ୬୫ ବର୍ଷରୁ ଅଧିକ ବୃଦ୍ଧଙ୍କୁ ଘରୁ ନବାହାରିବାକୁ ପରାମର୍ଶ ଦିଆଯାଇଛି। ପିଲାମାନଙ୍କୁ ଘରୁ ବାହାରିବା ଅନୁମତି ନାହିଁ।

କେନ୍ଦ୍ର ସରକାରଙ୍କ ତୃତୀୟ ପର୍ଯ୍ୟୟ ଲକ୍‌ଡଉନ୍‌ ମେ’ ୧୭ ତାରିଖ ଯାଏ ରହିଛି। ରାଜ୍ୟର ପରିସ୍ଥିତିକୁ ଆୟତ୍ତରେ ରଖିବା ଲାଗି ସାରା ଦେଶରେ ପଅଥମ ଥର ପାଇଁ ତେଲେଙ୍ଗାନା ସରକାର ଏହିପରାି ନିଷ୍ପତ୍ତି ନେଇଛନ୍ତି।

ସେ କହିଛନ୍ତି ଯେ ରାଜ୍ୟରେ  ଡାକ୍ତରୀ ସାମଗ୍ରୀ ପର୍ଯ୍ୟାପ୍ତ ମହଜୁଦ ରହିଛି। ରାଜ୍ୟ ସରକାର ପରିସ୍ଥିତିକୁ ଆୟତ୍ତ କରିବା ପାଇଁ ବି ସମର୍ଥ। କିନ୍ତୁ କରୋନା ଭୁତାଣୁର ମାରାତ୍ମକ ସଂକ୍ରମଣକୁ ରୋକିବା ଲାଗି ଏପରି ପଦକ୍ଷେପ ଆବଶ୍ୟକ।

 

Leave a Reply

Your email address will not be published. Required fields are marked *