ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆରମ୍ଭ ହେଲା ଟେଲିମେଡିସିନ ସେବା

ଭଦ୍ରକ, (ଓଡିଶା ଟାଇମ୍) :  ରାଜ୍ୟରେ ହୁ ହୁ ହୋଇ କରୋନା ସଂଖ୍ୟା ବଢିବାରେ ଲାଗିଛି। ଏହା ସହ ଭଦ୍ରକ ଜିଲାରେ ମଧ୍ୟ କରୋନା ସଂଖ୍ୟା ବଢୁଛି । କରୋନା ମହାମାରୀ ସଙ୍କଟ ସମୟରେ  ଜିଲ୍ଲାବାସୀଙ୍କୁ ଘରେ ବସି ସ୍ବାସ୍ଥ୍ୟ ସେବା ଯୋଗାଇବା ଓ ସଂକ୍ରମଣ ନିୟନ୍ତ୍ରଣ ରଖିବା ପାଇଁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଟେଲି ମେଡିସିନ ସେବାର ଶୁଭାରମ୍ଭ ହୋଇଛି । ଏଥିପାଇଁ ଡାକ୍ତରଖାନା ପକ୍ଷରୁ ଦୁଇଟି ମୋବାଇଲ ନମ୍ବର ଜିଲ୍ଲାବାସୀଙ୍କ ପାଇଁ ଜାରି କରାଯାଇଛି । ଦୁଇଟି ନମ୍ବର ହେଲା ୭୬୫୫୦୫୦୮୬୭ ଓ ୭୬୫୫୦୫୦୮୬୮ ।

ଏହି ନମ୍ବର ମାଧ୍ୟମରେ ଲୋକମାନେ ଫୋନ୍ କରି ରୋଗ ଜଣାଇ ଔଷଧର ନାମ ଓ ଆବଶ୍ୟକ ପରାମର୍ଶ ନେଇପାରିବେ ବୋଲି ସୂଚନା ମିଳିଛି । ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ଏହି ପଦକ୍ଷେପ ନିଆଯାଇଛି । ମେଡିକାଲ ନ ଆସି ହାତପହାନ୍ତାରେ ଏବେ ଜିଲ୍ଲାବାସୀଙ୍କୁ ସ୍ବାସ୍ଥ୍ୟସେବା ମିଳିପାରିବ ।

Leave a Reply

Your email address will not be published.