ଡିଜିଟାଲ ସାକ୍ଷରତା ହାସଲ କ୍ଷେତ୍ରରେ ଗ୍ରାମାଞ୍ଚଳ ଆଗରେ – ସ୍ମୃତି ଇରାନୀ

ନୂଆଦିଲ୍ଲୀ, (ଓଡିଶା ଟାଇମ୍): ଦେଶର ଗ୍ରାମାଞ୍ଚଳରେ ବୈଷୟିକ ଜ୍ଞାନର ବହୁଳ ବ୍ୟବହାର ହେଉଛି ଓ ଅଧିକରୁ ଅଧିକ ଗ୍ରାମାଞ୍ଚଳର ମହିଳା ଡିଜିଟାଲ ସାକ୍ଷରତା ହାସଲ କରୁଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ କହିଛନ୍ତି। ‘ମହିଳା ଏବଂ ଡିଜିଟାଲ ଅର୍ଥନୀତି: ଆତ୍ମନିର୍ଭର ନାରୀ, ଆତ୍ମନିର୍ଭର ଭାରତ’ ଶୀର୍ଷକ ୱେବନାରରେ ଯୋଗ ଦେଇ ସେ କହିଛନ୍ତି, ବୈଷୟିକ ଜ୍ଞାନର ଯେଭଳି ବ୍ୟବହାର କରାଯାଉଛି, ସେଥିରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୁରଦୃଷ୍ଟିର ସଫଳତା ସ୍ପଷ୍ଟ ହୋଇଛି। ସେ କହିଛନ୍ତି ଯେ ୟୁପିଆଇ ଦେଶରେ ଇତିହାସ ସୃଷ୍ଟି କରିଛି ଓ କରୋନା ମହାମାରୀ ସମୟରେ ଦେଶ ପାଇଁ ସୁଯୋଗ ସୃଷ୍ଟି କରିଛି। କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ କହିଛନ୍ତି, ଯେଉଁ ଦେଶଗୁଡିକ କ୍ଷୁଦ୍ର ବ୍ୟବସାୟକୁ ଉପେକ୍ଷା କରିଛନ୍ତି, ସେମାନେ ଆର୍ଥିକ ତ୍ରୁଟିର ସମ୍ମୁଖୀନ ହେଉଛନ୍ତି। ଅଭିବୃଦ୍ଧି ଏକ ସାମୂହିକ ବିଷୟ ଓ ଏଥିରୁ ପ୍ରତ୍ୟେକ କ୍ଷେତ୍ର ଲାଭାନ୍ୱିତ ହୋଇଥାଏ ବୋଲି ସେ କହିଛନ୍ତି।

Leave a Reply

Your email address will not be published.