ଟେକ୍ ମହିନ୍ଦ୍ରା ଫାଉଡେସନ ଓ ପିକକ୍ ପକ୍ଷରୁ ୩୫୦ ବିପନ୍ନ ପରିବାର ଙ୍କୁ ଖାଦ୍ୟ ସାମଗ୍ରୀ ବଣ୍ଟନ
ଭୁବନେଶ୍ବର, (ଓଡିଶା ଟାଇମ୍) : ଟେକ୍ ମହିନ୍ଦ୍ରା ଫାଉଡେସନ ଓ ରାଜ୍ୟ ର ଅଗ୍ରଣୀ ସ୍ୱେଛାସେବୀ ସଙ୍ଗଠନ ପିପୁଲସ୍ କଲଚରାଲ ସେଣ୍ଟର (ପିକକ୍), ପକ୍ଷରୁ କୋଭିଡ ମହାମାରୀ ରେ ବିପନ୍ନ ହୋଇ ପଡିଥିବା ୩୫୦ ପରିବାର ଙ୍କୁ ଶୁଖିଲା ଖାଦ୍ୟ ସାମଗ୍ରୀ ପ୍ରଦାନ କରାଯାଇଛି l
ଭୁବନେଶ୍ୱର ବ୍ଲକ ର କୁଜିମହଲ ଓ ସୁନ୍ଦରପୁର ଗ୍ରାମ ର ୧୧୪ ପରିବାର, ବାଲିଅନ୍ତା ବ୍ଲକ ର ନବାତୀ ଗ୍ରାମ ର ୩୮ ପରିବାର, ଭୁବନେଶ୍ୱର ବସ୍ତି ର ୧୨୮ ପରିବାର, ୭୦ ଜଣ କଳାକାର ପରିବାର ଙ୍କୁ ସହାୟତା ପ୍ରଦାନ କରାଯାଇଥିଲା ଓ ଓଡିଶାରେ ସାମାଜିକ ସଚେତନତା ସୃଷ୍ଟି କରୁଥିବା “ପପେଟ” ସଙ୍ଗଠନ ପଥପ୍ରାନ୍ତ ନାଟକ କଳାକାର ମାନଙ୍କୁ ଚିହ୍ନଟ କରିବାରେ ସହଯୋଗ କରିଥିଲେ l
ଖାଦ୍ୟ ସାମଗ୍ରୀ ମଧ୍ୟରେ ୧୦ କିଲୋ ଚାଉଳ୍, ୧ କେଜି ଡାଲି, ୧ କେଜି ଚିନି, ୩ କେଜି ଚୁଡା, ୨ ଲିଟର ତେଲ୍, ୫ କେଜି ଅଟା, ୧୦୦ ଗ୍ରାମ ଫୁଟଣ, ୧୦୦ ଗ୍ରାମ ହଳଦି, ୧ କେଜି ଲୁଣ ଓ ୨ ପ୍ୟାକେଟ ବିସ୍କୁଟ ପ୍ରଦାନ କରାଯାଇ ଥିଲା ଓ ପିକକ୍ ର ସମ୍ପାଦକ ରଞନ କୁମାର ମହାନ୍ତି, ଟେକ୍ ମହିନ୍ଦ୍ରା ଫାଉଡେସନ ରଶ୍ମି ରଞନ ମହାନ୍ତି ଓ ପପେଟ ର ନାଟ୍ୟ ନିର୍ଦ୍ଦେଶକ ପ୍ରଶାନ୍ତ ପଟ୍ଟନାୟକ ପ୍ରମୁଖ ବିଭିନ୍ନ କାର୍ୟ୍ୟକ୍ରମ ରେ ଉପସ୍ଥିତ ଉପସ୍ଥିତ ରହି ରେ ଏହି ସାମଗ୍ରୀ କୁ ବଣ୍ଟନ କରିଥିଲେ ଓ ପିକକ୍ ର ଜ୍ୟୋତି ଶଙ୍କର ମହାନ୍ତି ଏହି କାର୍ୟ୍ୟକ୍ରମ ର ପରିଚାଳନା କରିଥିଲେ l