ପିଲାଙ୍କ ସ୍ମରଣ ଶକ୍ତି ବୃଦ୍ଧି କରେ ‘ଧ୍ୟାନ’

(ଓଡିଶା ଟାଇମ୍) : ଧ୍ୟାନ କରିବା ଏକ ଅମୂଲ୍ୟ ଧନ । ଏହା ଦ୍ୱାରା ଶରୀରକୁ ଶାନ୍ତି ପ୍ରାପ୍ତି ହୋଇଥାଏ । ଆଧୁନିକ ଯୁଗରେ ବୟସ୍କଙ୍କ ଭଳି ପିଲାମାନେ ବି ବ୍ୟସ୍ତ। କିନ୍ତୁ ପିଲା ବେଳରୁ ହିଁ ଶିଶୁଟିକୁ ଖେଳକୁ, ଧ୍ୟାନ , ପାଠପଢା ଆଦିରେ ଅଭ୍ୟସ୍ତ ରହିବା ଭଲ ।

ସମୟ ସହ ତାଳ ମିଳାଇ ଆଗକୁ ବଢ଼ିବା ସାଙ୍ଗକୁ ଶରୀର ଓ ମନକୁ ସୁସ୍ଥ ରଖିବା ନିହାତି ଆବଶ୍ୟକ। ଏଥିପାଇଁ ପିଲାମାନେ ନିୟମିତ ଧ୍ୟାନ କରିବା ଆବଶ୍ୟକ । ପାଠପଢ଼ା ସାଙ୍ଗକୁ ପ୍ରତିଯୋଗିତା ପାଇଁ ପିଲାମାନଙ୍କ ମୁଣ୍ଡ ଅଧିକାଂଶ ସମୟରେ ଭାରାକ୍ରାନ୍ତ ରହୁଛି ।

ପିଲାମାନେ ନିୟମିତ କିଛି ସମୟ ପାଇଁ ଧ୍ୟାନରେ ବସିବା ଦ୍ୱାରା ମନ ଏକାଗ୍ର ହୋଇଥାଏ। ଏହାଦ୍ୱାରା ସେମାନେ ନିଜର ପାଠପଢ଼ା ସମୟରେ ଅଧିକ ମନ ଦେଇପାରିବେ। ଧ୍ୟାନ କରିବା ଦ୍ୱାରା ପିଲାଙ୍କ ସ୍ମରଣ ଶକ୍ତି ବୃଦ୍ଧି ହୋଇଥାଏ ।

ନିୟମିତ ଧ୍ୟାନ କରିବା ଦ୍ୱାରା ପିଲାଙ୍କ ବୁଦ୍ଧି ଓ ମାନସିକ ଶକ୍ତିରେ ବିକାଶ ହୋଇଥାଏ। ଏହା ଦ୍ୱାରା ସେମାନଙ୍କୁ ନିଜ ଭାବନା ଉପରେ ନିୟନ୍ତ୍ରଣ ରଖିବାର ଶକ୍ତି ମିଳିଥାଏ।

Leave a Reply

Your email address will not be published.