ଟାଟା ଷ୍ଟିଲ ପକ୍ଷରୁ ସଂବାଦ ଆଦିବାସୀ କନକ୍ଲେଭର ସପ୍ତମ ସଂସ୍କରଣ ଘୋଷଣା
ଭୁବନେଶ୍ବର, (ଓଡିଶା ଟାଇମ୍) : ଆଦିବାସୀମାନଙ୍କ ପରିଚୟ ପାଇଁ ଅନ୍ୟତମ ସ୍ୱତନ୍ତ୍ର ଧରଣର ବ୍ୟବସ୍ଥା ହେଉଛି ସଂବାଦ ଯାହାକୁ ଟାଟା ଷ୍ଟିଲ ଫାଉଣ୍ଡେସନ ପକ୍ଷରୁ ଆୟୋଜନ କରାଯାଉଛି । ୨୦୨୦ରେ ଏହି କନକ୍ଲେଭ ପ୍ରତ୍ୟାବର୍ତନ କରିଛି ଯାହାକୁ ନଭେମ୍ବର ୧୫-୧୯ ପର୍ଯ୍ୟନ୍ତ ଆୟୋଜନ କରାଯିବ । ଏହା ହେଉଛି କନକ୍ଲେଭର ସପ୍ତମ ସଂସ୍କରଣ ଏବଂ ଏଥର ଏହାକୁ ଡିଜିଟାଲ ପ୍ଲାଟଫର୍ମରେ ପାଳନ କରାଯିବ ।
ବିଗତ ଛଅ ବର୍ଷ ଭିତରେ ସଂବାଦ ଭାରତର ୨୭ଟି ରାଜ୍ୟର ୧୧୭ ପ୍ରକାର ଆଦିବାସୀ ଏବଂ ୧୮ଟି ଦେଶର ୩୦,୦୦୦ରୁ ଅଧିକ ଲୋକଙ୍କୁ ଏକତ୍ରୀତ କରିପାରିଛି । ଏହି କାର୍ଯ୍ୟକ୍ରମକୁ ଆଦିବାସୀମାନେ ପ୍ରତିବର୍ଷ ଚାହିଁ ରହୁଛନ୍ତି । ଚଳିତ ବର୍ଷର ବିଷୟବସ୍ତୁ ରହିଛି “କମିଂ ଟୁଗେଦର ଫର ସୋସିଆଲ ଚେଂଜ୍’ ।
ଏ ସଂପର୍କରେ ଚାଣକ୍ୟ ଚୌଧୁରୀ, ଉପ ସଭାପତି, କର୍ପୋରେଟ ସର୍ଭିସେସ, ଟାଟା ଷ୍ଟିଲ କହିଛନ୍ତି ଯେ, ଆଦିବାସୀ ସଂସ୍କୃତିକର ପୁନରୁଦ୍ଧାର, ସଂରକ୍ଷଣ ଓ ପ୍ରସାର ପାଇଁ କିଛି ବର୍ଷରେ ସଂବାଦ ଏକ ଉଦୀୟମାନ ମଂଚ ଭାବେ ଉଭା ହୋଇଛି । ଆମେ ଏହି ଉଦ୍ୟମର ଅଂଶ ହୋଇଥିବାରୁ ଗର୍ବିତ ଯାହା ବିଭିନ୍ନ ପ୍ରକାର ଓ ଭାବରେ ଆଦିବାସୀ ପରିଚୟକୁ ପରିପ୍ରକାଶ କରୁଛି ଏବଂ ସମୃଦ୍ଧ ଇତିହାସ ଓ ସଂସ୍କୃତି, ସଂଗୀତ, ଜ୍ଞାନ ଏବଂ ଲୋକକଳାକୁ ପାଳନ କରୁଛି ଯାହା ହେଉଛି ଆଦିବାସୀମାନଙ୍କ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ । ଟାଟା ଷ୍ଟିଲ ପରିବାର ତରଫରୁ ମୁଁ ସମସ୍ତ ଅତିଥି, ଅଂଶଗ୍ରହଣକାରୀ ଏବଂ ଆଦିବାସୀ ସମାଜକୁ ଆମ ସହିତ ୨୦୨୦ ସଂସ୍କରଣରେ ଯୋଗ ଦେଇ ଏବଂ ଏହାକୁ ସଫଳ କରିବାକୁ ଆମନ୍ତ୍ରିତ କରୁଛି । ‘
ସୌରଭ ରଏ, କର୍ପୋରେଟ ସୋସିଆଲ ରେସପନସିବିଲିଟି, ଟାଟା ଷ୍ଟିଲ କହିଛନ୍ତି ଯେ, “ଚଳିତ ସଂସ୍କରଣ ଅନଲାଇନରେ ଆୟୋଜିତ ହେବ ଏବଂ ଏଥିରେ ଭାରତର ଓ ବାହାରର ୧୦୦ରୁ ଅଧିକ ଆଦିବାସୀ ବର୍ଗର ୨୦୦୦ରୁ ଅଧିକ ଲୋକ ଏକତ୍ରୀତ ହେବେ । ବିଗତ ଛଅ ମାସରେ ସୃଷ୍ଟି ହୋଇଥିବା ପରିବର୍ତିତ ବ୍ୟବସ୍ଥା ଓ ଯାହା ଆଗାମୀ ଦିନରେ ଜାରି ରହିବ ସେହି ଦୃଷ୍ଟିରୁ ଚଳିତ ବର୍ଷର ବିଷୟବସ୍ତୁ ବେଶ ଉପଯୋଗୀ ।
ସଂବାଦ ୨୦୨୦ ପାଂଚ ଦିନ ଧରି ପାଳିତ ହେବ ଯେଉଁଥିରେ ସାରା ଦେଶର କାହାଣୀ ଶୁଣାଯିବ ଏବଂ ଲୋକମାନଙ୍କ ସହ ଭାବ ବିନିମୟ କରାଯିବ । ଅନଲାଇନରେ ପ୍ରାୟ ୧୦୦୦ରୁ ଅଧିକ ଆଦିବାସୀ ମହିଳା ଓ ପୁରୁଷ ଅଂଶଗ୍ରହଣ କରିବେ ବୋଲି ଆଶା କରାଯାଉଛି । ଏହା ପାଇଁ ଏକ ୱେବସାଇଟ ଓ ୟୁଟ୍ୟୁବ ଚ୍ୟାନେଲ ଖୋଲାଯାଇଛି । ସଂବାଦ ୨୦୨୦ରେ ୧୦ଟି ରାଜ୍ୟର ୧୬ ପ୍ରକାର ଆଦିବାସୀ ଭୋଜନକୁ ପାଳନ କରାଯିବ । ଜୋମାଟୋ ଜରିଆରେ ତାହା ଜାମସେଦପୁର ଲୋକଙ୍କ ପାଇଁ ଉପଲବ୍ଧ ହେବ । ୨୦୧୪ରେ ସଂବାଦକୁ ସ୍ଥାପନ କରାଯାଇଥିଲା । ଏହି କନକ୍ଲେଭ ବିଶିଷ୍ଟ ଆଦିବାସୀ ନେତା ର୍ବିସା ମୁଣ୍ଡାଙ୍କ ଜୟନ୍ତୀ ଓ ଝାଡ଼ଖଣ୍ଡ ପ୍ରତି । ଦିବସ ଅବସରରେ ପାଳନ କରାଯାଉଛି ।