ଟାଟା ଷ୍ଟିଲ୍ର ସିଏସ୍ଆର୍ ୨୦୨୫ ସୁଦ୍ଧା ୨ ନିୟୁତ ଲୋକଙ୍କ ଜୀବନକୁ ସ୍ପର୍ଶ କରିବ
ଭୁବନେଶ୍ବର, (ଓଡିଶା ଟାଇମ୍) : ସିଏସ୍ଆର୍ କାର୍ଯ୍ୟକ୍ରମ ଉପରେ ଗୁରୁତ୍ୱକୁ ଜାରି ରଖି ଟାଟା ଷ୍ଟିଲ୍ ୨୦୨୫ ସୁଦ୍ଧା ବାର୍ଷିକ ଅତିକମ୍ରେ ଦୁଇ ନିୟୁତ ଲୋକଙ୍କ ପାଖରେ ପହଂଚିବା ଏବଂ ସେମାନଙ୍କ ଜୀବନରେ ଅର୍ଥପୂର୍ଣ୍ଣ ପରିବର୍ତନ ଆଣିବାକୁ ଲକ୍ଷ୍ୟ ରଖିଛି । ୨୦୧୯-୨୦ ଆର୍ଥିକ ବର୍ଷରେ କଂପାନି ଏହାର ପରିଚାଳନା ଅଂଚଳର ଆଖପାଖର ୧.୪ ନିୟୁତ ଲୋକଙ୍କ ପାଖରେ ପହଂଚିଛି ଏବଂ ସେମାନଙ୍କ ଜୀବନରେ ସକାରାତ୍ମକ ପରିବର୍ତନ ଆଣିଛି ।
ଟାଟା ଷ୍ଟିଲ୍ର ପ୍ରମୁଖ ସିଏସ୍ଆର୍ କାର୍ଯ୍ୟକ୍ରମଗୁଡ଼ିକ ଶିକ୍ଷା, ସ୍ୱାସ୍ଥ୍ୟ ସେବା, ଆଦିବାସୀ ପରିଚୟ ଏବଂ ଜୀବିକା ସୃଷ୍ଟି ଭଳି ସମାଜର ପ୍ରମୁଖ ଆହ୍ୱାନଗୁଡ଼ିକୁ ସମାଧାନ କରିବା ଲାଗି ପ୍ରସ୍ତୁତ କରାଯାଇଛି ଯାହା ପୁନଃ ବ୍ୟବହାର ଓ ବ୍ୟାପକ କରାଯାଇଥିବା ମଡେଲ୍ ଅନୁସାରେ ପ୍ରସ୍ତୁତ କରାଯାଇଛି । ସ୍ଥାନୀୟ ସମାଜକୁ ସଶକ୍ତ କରିବା ଲାଗି କୃଷି, ଜଳ ସଂରକ୍ଷଣ, କ୍ରୀଡ଼ା, ପୁଷ୍ଟି ଏବଂ ସହରାଚଂଳ ବିକାଶ ଭିତିକ କାର୍ଯ୍ୟକ୍ରମ ଉପରେ ଗୁରୁତ୍ୱାରୋପ କରାଯାଉଛି । ଏହା ପଛର ଚିନ୍ତାଧାରା ହେଉଛି ସମାଜ ଉପରେ ଦୀର୍ଘସ୍ଥାୟୀ ପ୍ରଭାବ ପକାଇବା ।
ସମାଜ ସହିତ ଗଭୀର ସମ୍ପର୍କ ଯୋଗୁଁ କଂପାନି କୋଭିଡ୍-୧୯ ମହାମାରୀ ସମୟରେ ପ୍ରତିକ୍ରିୟା ପ୍ରକାଶ କରିଥିଲା ଯେଉଁଥିରେ ଏହା ସାରା ଦେଶର ଅଧ ନିୟୁତରୁ ଅଧିକ ଲୋକଙ୍କ ପାଖରେ ଠିକ୍ ସମୟରେ ଓ ଅର୍ଥପୂର୍ଣ୍ଣ ଢଙ୍ଗରେ ପହଂଚିଥିଲା । ଏହା ସେବା ପ୍ରଦାନ କରୁଥିବା ସମାଜରେ ବ୍ୟାପକ କରାଯାଇପାରୁଥିବା ସମାଧାନ ସୃଷ୍ଟି କରିବାକୁ ମଧ୍ୟ ପ୍ରତିବଦ୍ଧ ।
ଟାଟା ଷ୍ଟିଲ୍ ର ସମାନତା ଏବଂ ଜାଗ୍ରତ ସମାଜ ଲକ୍ଷ୍ୟ ଯେଉଁଥିରେ ପ୍ରତି ବ୍ୟକ୍ତିବିଶେଷ ସମ୍ମାନର ସହିତ ନିଜର କ୍ଷମତାକୁ ଜାଣଇପାରୁଛନ୍ତି ଯାହା ସମାଜ ସହିତ କଂପାନି ସହଯୋଗିତାର ମାର୍ଗଦର୍ଶନ କରୁଛି ।
ଆସନ୍ତା ୧୦ ବର୍ଷ ପର୍ଯ୍ୟନ୍ତ ସମାଜକୁ ସେବା ଯୋଗାଇବା ଲାଗି ସେମାନଙ୍କ ଆବଶ୍ୟକତାକୁ ବୁଝିବା ନିମନ୍ତେ କଂପାନି ପକ୍ଷରୁ ନିକଟରେ ଏକ ବ୍ୟାପକ ଅଭିଯାନ ହାତକୁ ନିଆଯାଇଥିଲା । ସେଥିରୁ ମିଳିଥିବା ନିର୍ଯ୍ୟାସରୁ କଂପାନି ନିଜର ଦୀର୍ଘମିଆଦୀ ସିଏସ୍ଆର୍ ରଣନୀତି ପ୍ରସ୍ତୁତ କରିପାରିଛି ।
ଏହି ନବୀନ ସିଏସ୍ଆର୍ ରଣନୀତିକୁ ଏହିସବୁ ଲକ୍ଷ୍ୟକୁ ନଜରରେ ରଖି ପ୍ରସ୍ତୁତ କରାଯାଇଛି । ପ୍ରଥମତଃ ଝାଡ଼ଖଣ୍ଡ ଓ ଓଡ଼ିଶାରେ ବିକାଶରେ ରହିଥିବା ମୌଳିକ ସମସ୍ୟା ପାଇଁ ପରିବର୍ତନଶୀଳ ମଡେଲ୍ ଆଣିବା ଯାହାକୁ ଜାତୀୟ ସ୍ତରରେ ମଧ୍ୟ ଲାଗୁ କରାଯାଇପାରିବ । ଦ୍ୱିତୀୟତଃ, ଚିହ୍ନଟ ହୋଇଥିବା ଗୋ ୀ ବିକାଶ କାର୍ଯ୍ୟକ୍ରମ ଜରିଆରେ କଂପାନିର ପରିଚାଳନା ଆଖପାଖ ଅଂଚଳରେ ଉଲ୍ଲେଖନୀୟ ଓ ସ୍ଥାୟୀ ଉନ୍ନତି ଆଣିବା ।
ତୃତୀୟତଃ, ସମାଜର ସ୍ୱାର୍ଥକୁ ନିଶ୍ଚିତ କରିବା ଲାଗି ପ୍ରମୁଖ ବ୍ୟବସାୟ ନିଷ୍ପତିରେ ସାମାଜିକ ଭାବନାକୁ ସାମିଲ କରିବା । ସମାଜର ବୃହତର ସ୍ୱାର୍ଥ ରକ୍ଷା ପାଇଁ ଚିହ୍ନଟ ହୋଇଥିବା କ୍ଷେତ୍ରରେ ଅଧିକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିବା ଲାଗି କଂପାନିକୁ ନୂଆ ରଣନୀତି ପ୍ରସ୍ତୁତ କରିବାରେ ସାହାଯ୍ୟ କରିବା ।