ଟାଟା ଷ୍ଟିଲ୍ ପକ୍ଷରୁ ଚତୁର କର୍ମ ମଡେଲ୍ର ଶୁଭାରମ୍ଭ
ଭୁବନେଶ୍ବର, (ଓଡ଼ିଶା ଟାଇମ୍): ଟାଟା ଷ୍ଟିଲ ଏକ ବିଶ୍ୱାସ ଓ ଫଳାଫଳ ଭିତିକ କର୍ମ ସଂସ୍କୃତି ଆଡ଼କୁ ଗତି କରିଛି ଏବଂ ଏହାର କର୍ମଚାରୀମାନଙ୍କୁ ଅଧିକ। ନମନିୟତା ପ୍ରଦାନ କରିବା ପାଇଁ ଚଳିତ ମାସରୁ ଆଜାଇଲ ୱାର୍କିଂ ମଡେଲ୍ (ଚତୁର କର୍ମ ମଡେଲ୍)ର ଶୁଭାରମ୍ଭ କରିଛି । ୨୦୨୦ ନଭେମ୍ବର ୧ରୁ କାର୍ଯ୍ୟକାରୀ ହୋଇଥିବା ନୂଆ କର୍ମ ମଡେଲ୍ରେ ଜଣେ ଅଧିକାରୀ ମଧ୍ୟ ବର୍ଷକରେ ଅସୀମିତ ସମୟ ପାଇଁ ଘରେ ରହି କାର୍ଯ୍ୟ କରିପାରିବେ । ମହାମାରୀ ସ୍ଥିତି ସ୍ୱାଭାବିକ ହେବା ପରେ ଅଧିକାରୀଙ୍କୁ ନିଜ ପସନ୍ଦର ସ୍ଥାନକୁ ଯିବାର ସୁଯୋଗ ପ୍ରଦାନ କରାଯିବ, ଯଦ୍ୱାରା କର୍ମଚାରୀ ଜଣକ ଦେଶର ଯେକୌଣସି ସ୍ଥାନରେ ରହି କାମ କରିପାରିବେ । ବର୍ଷକ ପାଇଁ ଏହି ମଡେଲ୍ ଲାଗୁ
କରାଯାଇଛି । ତାହାର ଗ୍ରହଣୀୟତା ଏବଂ ମତାମତ ଉପରେ ବର୍ଷକ ପରେ ଏହି ନୀତିର ସମୀକ୍ଷା କରାଯିବ ।
ସୁରେଶ ଦତ ତ୍ରିପାଠୀ, ଉପ ସଭାପତି, ମାନବ ସମ୍ବଳ ପରିଚାଳନା, ଟାଟା ଷ୍ଟିଲ୍ କହିଛନ୍ତି ଯେ, “ଏକ ବିଶ୍ୱାସ ଓ ଫଳାଫଳ ଭିତିକ କର୍ମ ସଂସ୍କୃତି ସୃଷ୍ଟି କରିବା ଲାଗି ମାନସିକତାରେ ପରିବର୍ତନ ଆଣିବା ଲାଗି ଏହି ନୀତି ଏକ ପରିବର୍ତନ । ନମନିୟ କର୍ମ କେବଳ ଆଗାମୀ ପିଢ଼ି ପାଇଁ କର୍ମକ୍ଷେତ୍ର ସୃଷ୍ଟି କରିବା ଲାଗି ସଂସ୍ଥାର ଅଭିଳାଷକୁ ପ୍ରତିଫଳିତ କରୁନାହିଁ ବରଂ ବିଭିନ୍ନ ଭୌଗୋଳିକ ଅଂଚଳର ବିବିଧ ଅବଶ୍ୟକତାକୁ ପୂରଣ କରିବାର ଅଭିଳାଷକୁ ଦୃଢ଼ କରୁଛି ।
ଏହି ମହାମାରୀ ଆମକୁ ଅଫିସ ପରିବେଶରେ ନିର୍ଦିଷ୍ଟ ସମୟ କାମ କରିବାର ଉତ୍ପାଦକତା ଭିତିକ ପାରମ୍ପରିକ ଭାବନା ଠାରୁ ଆଗକୁ ନେବାରେ ସହାୟକ ହୋଇଥିବା ବେଳେ ଦୂର ସ୍ଥାନରେ ରହିଛି କାମ
କରିବା ସମ୍ପର୍କିତ ବିଭିନ୍ନ ଭ୍ରାନ୍ତ ଧାରଣାକୁ ଏହା ଦୂର କରିଛି ।’’ଏହି ନୀତି ଉନ୍ନତ କର୍ମ-ଜୀବନ ସନ୍ତୁଳନକୁ ନି୧⁄୨ିତ କରି ଜଣକୁ ନିଜେ ରହୁଥିବା ସ୍ଥାନରେ ରହିଛି କାମ କରିବାର ଅଧିକ ନମନିୟତା ପ୍ରଦାନ କରିବ କାରଣ ଗମନାଗମନ ଏବେ ବିଚାର ବାହାରେ ରହିଛି । ନୂତନ ଅଭିଭାବକମାନଙ୍କୁ ସେମାନଙ୍କ ସୁବିଧା ସ୍ଥାନରେ ଏବଂ ଭିନ୍ନକ୍ଷମମାନଙ୍କୁ ସୁହାଇବା ଭଳି ସ୍ଥାନରେ କାମ କରିବାର ସୁଯୋଗ ପ୍ରଦାନ କରିବ ।
“ନମନିୟ କର୍ମ ସଂସ୍କୃତି କାମ କରିବା ସ୍ଥାନ ଚୟନ କରିବା ଲାଗି ଶ୍ରେଷ୍ଠ ସ୍ୱାଧୀନତା ପ୍ରଦାନ କରିବ ଏବଂ ବୟସ୍କ ଅଭିଭାବକ ହୁଅନ୍ତୁ କିମ୍ବା ଟ୍ରାନ୍ସଫର ହୋଇପାରୁନଥିବା ଚାକିରିରେ ଥିବା ପତି/ପତ୍ନି ଆଦି କ୍ଷେତ୍ରରେ ପରିବାରକୁ ସାହାଯ୍ୟ କରିବାରେ ସହାୟକ ହେବ । ଏହା ଦ୍ୱାରା ସାରା ଦେଶରେ ଆମେ ଆମର ପ୍ରତିଭାବାନ କର୍ମଚାରୀଙ୍କୁ ସମୃଦ୍ଧ କରିପାରିବୁ ଏବଂ ଧରି ରଖିପାରିବୁ ଏବଂ ସ୍ଥାନକୁ ନେଇ ଚିନ୍ତିତ ଥିବା କର୍ମ କ୍ଷେତ୍ରକୁ ଏହା ଆକର୍ଷିତ କରିବ ।” ବୋଲି ସୁରେଶ ଦତ ତ୍ରିପାଠୀ କହିଛନ୍ତି ।