ଟାଟା ଷ୍ଟିଲ୍ ଗ୍ରୁପ୍ ଓ ପିଜିଟିଆଇ ପକ୍ଷରୁ ଟାଟା ଷ୍ଟିଲ୍ ଟୁର୍ ଚାମ୍ପିଆନ୍‌ସିପ୍ ୨୦୨୦ ଆୟୋଜନ କରାଯିବ

ଭୁବନେଶ୍ବର, (ଓଡିଶା ଟାଇମ୍) : ଟାଟା ଷ୍ଟିଲ୍ ଗ୍ରୁପ୍ ଓ ପିଜିଟିଆଇ ପକ୍ଷରୁ ୨୦୨୦ ଡିସେମ୍ବର ୧୭-୨୦ ପର୍ଯ୍ୟନ୍ତ ଜାମସେଦପୁରର ବେଲଡିହ ଓ ଗୋଲ୍‌ମୁରୀ ଗଲ୍‌ଫ କୋର୍ସ୍‌ରେ ଟାଟା ଷ୍ଟିଲ୍ ଟୁର୍ ଚାମ୍ପିଆନ୍‌ସିପ୍ ଆୟୋଜନ କରାଯିବ । ଏଥିରେ ୧.୫ କୋଟି ଟଙ୍କା ମୂଲ୍ୟର ପୁରସ୍କାର ପ୍ରଦାନ କରାଯିବ ଏବଂ ୧୨୫ ପେସାଦାର ଗଲ୍‌ଫ ଖେଳାଳୀ ଏଥିରେ ଅଂଶଗ୍ରହଣ କରିବେ ।
୨୦୨୦–୨୧ ଟାଟା ଷ୍ଟିଲ୍ ପିଜିଟିଆଇ ସିଜନ୍‌ର ଏହା ହେଉଛି ସପ୍ତମ ସଂସ୍କରଣ । ଏହି ଟୁର୍ଣ୍ଣାମେଂଟ୍ ଏକ ୭୨ ହୋଲ୍ ବିଶିଷ୍ଟ ଷ୍ଟ୍ରୋକ୍ ପ୍ଲେ ଚାମ୍ପିଆନ୍‌ସିପ୍ ଏବଂ ପ୍ରତି ୩୬ ହୋଲ୍ ପରେ ଏକ କଟ୍ ଲାଗୁ ହେବ । ଟୁର୍ଣ୍ଣାମେଂଟ୍ ପୂର୍ବରୁ ପ୍ରୋ-ଆମ୍ କାର୍ଯ୍ୟକ୍ରମ ଡିସେମ୍ବର ୧୬ରେ ଆୟୋଜନ କରାଯିବ । ଛଅ ବର୍ଷରେ ପ୍ରଥମ ଥର ଲାଗି ଦୁଇଟି ମଂଚରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯିବ । ଏଥର ପ୍ରଥମ ରାଉଣ୍ଡ୍‌ରେ ବେଲଡିହ ଗଲ୍‌ଫ କୋର୍ସରେ ୧୮ ହୋଲ୍ ଖେଳିବା ପରେ ଗୋଲ୍‌ମୁରୀ ଗଲଫ୍ କୋର୍ସରେ ପରବର୍ତୀ ୧୮ ହୋଲ୍ ଖେଳାଯିବ । ଏହିଭଳି ଭାବେ ଗଲଫ୍ କୋର୍ସ ଅଦଳବଦଳ ହେବ ।

ଏହି ଟୁର୍ଣ୍ଣାମେଂଟ୍‌ରେ ଅନିର୍ବନ୍ ଲାହିରି, ଏସ୍‌ଏସ୍‌ପି ଚୌରସିଆ, ଗଗନ୍‌ଜିତ୍ ଭୁଲ୍ଲର, ଜ୍ୟୋତି ରନ୍ଧାୱା, ଶିବ କପୁର, ରାହିଲ୍ ଗଙ୍ଗ୍‌ଜୀଙ୍କ ଭଳି ଖ୍ୟାତନାମା ଗଲ୍‌ଫ ଖେଳାଳୀ ଅଂଶଗ୍ରହଣ କରିବେ । ଉଦୟନ୍ ମାନେ, ରାସିଦ୍ ଖାନ୍‌, ପିଜିଟିଆଇ ଅର୍ଡର୍ ଅଫ୍ ମେରିଟ୍ ଲିଡର କରନ୍‌ଦୀପ କୋଚ୍ଛର, ଅଜିତେଶ ସାନ୍ଧୁ, ଚିରଙ୍ଗପା ଓ ବୀରାଜ ମାଦପ୍ପା ମଧ୍ୟ ଯୋଗ ଦେବେ ।
ସଞ୍ଜୀବ ପଲ୍‌, ଉପସଭାପତି (ସୁରକ୍ଷା, ସ୍ୱାସ୍ଥ୍ୟ ଓ ସଷ୍ଟେନେବିଲିଟି), ଟାଟା ଷ୍ଟିଲ୍ ଓ ଅଧିନାୟକ, ଜାମସେଦ୍‌ପୁର ଗଲ୍‌ଫ କହିଛନ୍ତି ଯେ, “ଏହା ବହୁତ ଖୁସିର କଥା ଯେ ଏଭଳି କଠିନ ସମୟରେ ମଧ୍ୟ ପିଜିଟିଆଇ ଗ୍ରହଣ କରିଥିବା ଅଭିଯାନ ଗଲଫ୍ ଟୁର୍ ଚଳିତ ବର୍ଷ ମଧ୍ୟ ଜାରି ରହିଛି । ଚଳିତ ବର୍ଷ ଟୁର୍ଣ୍ଣାମେଂଟ୍‌ର ଫର୍ମାଟ୍ ପେସାଦାରଙ୍କ ପାଇଁ ବେଶ ରୋମାଂଚକର ରହିବ କାରଣ ଏହାକୁ ଦୁଇଟି ଗଲଫ୍ କୋର୍ସ-ବେଲଡିହ ଓ ଗୋଲ୍‌ମୁରୀରେ ଖେଳାଯିବ । ସିଜନ୍ ଶେଷରେ ଅୟୋଜିତ ହେବାକୁ ଥିବା ଟାଟା ଷ୍ଟିଲ୍ ଟୁର୍ ଚାମ୍ପଆନ୍‌ସିପ୍‌ରେ ଶ୍ରେ ଗଲଫ୍ ଖେଳାଳୀମାନଙ୍କୁ ଶ୍ରେ ମାନ୍ୟତା ହାସଲ କରିବା ଲାଗି ପ୍ରତିଦ୍ୱନ୍ଦ୍ୱିତା କରୁଥିବାର ଦେଖିବାକୁ ମିଳିବ ।’’

ପିଜିଟିଆଇର ସିଇଓ ଉତ୍ତମ ସିଂହ ମୁଣ୍ଡି କହିଛନ୍ତି ଯେ, “ଏଭଳି ଏକ ଆହ୍ୱାନପୂର୍ଣ୍ଣ ସମୟରେ ପିଜିଟିଆଇ ପ୍ରତି ସହାୟତାର ସ୍ତମ୍ଭ ଭାବେ ଠିଆ ହୋଇଥିବାରୁ ଟାଟା ଷ୍ଟିଲ୍‌କୁ ଆମେ ଧନ୍ୟବାଦ ଅର୍ପଣ କରୁଛୁ । ବହୁ ପ୍ରତିକ୍ଷୀତ ଟାଟା ଷ୍ଟିଲ୍ ଟୁର୍ ଚାମ୍ପିଆନ୍‌ସିପ୍ ଏଥର ବହୁତ ଆକର୍ଷଣୀୟ ହେବ କାରଣ ଅନିର୍ବାନ୍ ଲାହିରି, ଏସଏସପି ଚୌରସିଆ, ଗଗନ୍‌ଜୀତ୍ ଭୁଲ୍ଲର, ଜ୍ୟୋତି ରନ୍ଧାୱା, ଶିବ କପୁର୍ ଓ ରାହିଲ୍ ଗଙ୍ଗ୍‌ଜୀ ଏହାର ଚମକ ବଢ଼ାଇବେ ।’’

Leave a Reply

Your email address will not be published. Required fields are marked *