ଅଗଷ୍ଟ ୨୦ ସୁଦ୍ଧା ୫୦ ହଜାର ପରୀକ୍ଷଣ , ଆଗକୁ ପ୍ରତିଦିନ ଲକ୍ଷେ କୋଭିଡ୍ ଟେଷ୍ଟ୍ କରିବାକୁ ଲକ୍ଷ୍ୟ-ILS ନିର୍ଦ୍ଦେଶକ
ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ତେଣୁ ଟେଷ୍ଟିଂ ଉପରେ ଗୁରୁତ୍ୱ ଦିଆଯାଇଛି । ଏନେଇ ଆଇଏଲଏସ ନିର୍ଦ୍ଦେଶକ ଅଜୟ ପରିଡ଼ା ସୂଚନା ଦେଇ କହିଛନ୍ତି ଯେ ରାଜ୍ୟରେ ଦୈନିକ ୧ଲକ୍ଷ ନମୁନା ପରୀକ୍ଷା ହେବ । ଆଣ୍ଟିଜେନ ଟେଷ୍ଟ ଆହୁରି ବଢ଼ିବ । ଭୁବନେଶ୍ୱରର ବିଭିନ୍ନ କର୍ପୋରେସନରେ ଟେଷ୍ଟ ହେବ ।
ତେବେ ଅଗଷ୍ଟ ୨୦ ସୁଦ୍ଧା ୫୦ ହଜାର ଟେଷ୍ଟ କରିବାକୁ ଧାର୍ଯ୍ୟ ହୋଇଛି । ଅଧିକ ଆଣ୍ଟିଜେନ ବେଶ ଟେଷ୍ଟିଂ କରାଯିବ । ବର୍ତ୍ତମାନ କରୋନା ପିକ୍ରେ ଅଛି , ଆଗକୁ ସ୍ଥିର ରହିବ । ରାଜ୍ୟର ୬ଟି ଜିଲ୍ଲାରେ ଅଧିକ ସଂଖ୍ୟକ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ପ୍ରତ୍ୟେକ ଜିଲ୍ଲାକୁ ଆଣ୍ଟିଜେନ ଟେଷ୍ଟ କିଟ୍ ପଠାଯିବ ।
ଏହାଦ୍ୱାରା ଶୀଘ୍ର ଆକ୍ରାନ୍ତକୁ ଚିହ୍ନଟ କରାଯାଇ ଆଇସୋଲେଟ କରାଯିବ। ରାପିଡି ଆଣ୍ଟିଜେନ ଟେଷ୍ଟକୁ ମଧ୍ୟ ଗୁରୁତ୍ୱ ଦିଆଯାଉଛି । ଏବେ ଅଧିକାଂଶ କମ୍ପାନୀ କିଟ ପ୍ରସ୍ତୁତ କରୁଥିବାରୁ କିଟର ଆଉ ଅଭାବ ନାହିଁ । ଓଡ଼ିଶାରେ କରୋନା ପିକ୍ ଆଡକୁ ଆସିଛି । ଏହି ଟ୍ରେଣ୍ଡ ଜାରି ରହିଲେ କମିବ । ସେହିପରି କରୋନାରେ ମୃତ୍ୟୁ ସଂଖ୍ୟା ଅନ୍ୟ ରାଜ୍ୟ ତୁଳନାରେ କମ୍ ରହିଛି। ଭ୍ୟାକ୍ସିନ୍ ବିଭିନ୍ନ ଦେଶର ବିଭିନ୍ନ ସଂସ୍ଥା ପ୍ରସ୍ତୁତ କରୁଛନ୍ତି । ଡ୍ରଗ୍ସ କଣ୍ଟ୍ରୋଲର ଅଫ୍ ଇଣ୍ଡିଆର ଅନୁମୋଦନ ପରେ ଏହାକୁ ବ୍ୟବହାର କରାଯିବ ବୋଲି ଆଇଏଲଏସ ନିର୍ଦେଶକ ଅଜୟ ପରିଡାଙ୍କ ସୂଚନା ଦେଇଛନ୍ତି ।