ତାରକିଶୋର ଓ ରେଣୁ ଦେବୀ ବିହାରର ଦୁଇ ଉପମୁଖ୍ୟମନ୍ତ୍ରୀ

ବିହାର, (ଓଡିଶା ଟାଇମ୍) :ବିହାରର ନୂଆ ଉପମୁଖ୍ୟମନ୍ତ୍ରୀ କିଏ ହେବ ତାକୁ ନେଇ ସସପେନ୍ସ ଶେଷ ହୋଇଛି । ବିଜେପିର ଚାରି ଥରର ବିଧାୟକ ତାରକିଶୋର ପ୍ରସାଦ ବିହାରର ଉପମୁଖ୍ୟମନ୍ତ୍ରୀ ହେବେ । ଏନେଇ ସେ ନିଜେ ସୂଚନା ଦେଇଛନ୍ତି ।

ତାରକିଶୋର କହିଛନ୍ତି ଯେ, ବିହାରର ଉପ ମୁଖ୍ୟମନ୍ତ୍ରୀକୁ ନେଇ ତାଙ୍କ ନାମରେ ସହମତି ପ୍ରକାଶ ପାଇଛି । ସେ ସୋମବାର ହିଁ ଉପ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ଏହାସହ ସେ ବିହାରର ବିକାଶ ଦିଗରେ କାମ କରିବେ ବୋଲି କହିଛନ୍ତି ।

ବିହାରର ଉପ ମୁଖ୍ୟମନ୍ତ୍ରୀ କିଏ ହେବ ତାକୁ ନେଇ ଗତ ୪୮ ଘଣ୍ଟା ଧରି କସରତ ଜାରି ରହିଥିଲା । ରବିବାର ସୁଶୀଲ କୁମାର ମୋଦୀଙ୍କ ଦ୍ୱାରା କରାଯାଇଥିବା ଟ୍ୱିଟ୍  ପରେ ସେ ଚଳିତ ଥର ଆଉ ଉପ ମୁଖ୍ୟମନ୍ତ୍ରୀ ହେବେନି ବୋଲି ସ୍ପଷ୍ଟ ହୋଇଥିଲା । ଏପରିକି ନୂଆ ସରକାରରେ ଦୁଇଜଣ ଉପ ମୁଖ୍ୟମନ୍ତ୍ରୀ ହେବେ ବୋଲି ମଧ୍ୟ ଚର୍ଚ୍ଚା ହେଉଥିଲା । ତେବେ ଦ୍ୱିତୀୟ ଉପ ମୁଖ୍ୟମନ୍ତ୍ରୀ କିଏ ହେବେ ସେନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ ।

Leave a Reply

Your email address will not be published. Required fields are marked *