କଟକଣା କୋହଳ ସହ ଜୁନ୍ ଶେଷଯାଏଁ ଲକ୍‌ଡାଉନ୍‌ ବଢ଼ାଇଲା ତାମିଲନାଡୁ

ଚେନ୍ନାଇ,(ଓଡିଶା ଟାଇମ୍) : ତାମିଲନାଡୁ ସରକାର କରୋନାଭାଇରସ୍ ଲକ୍‌ଡାଉନ୍ ଜୁନ୍ ୩୦ ଯାଏଁ ବୃଦ୍ଧି କରିଛନ୍ତି । କିନ୍ତୁ, ଏହି ସମୟ ମଧ୍ୟରେ ଅନେକ କଟକଣା ମଧ୍ୟ କୋହଳ କରାଯାଇଛି । ରାଜ୍ୟରେ ଆଶିଂକଭାବେ ସାଧାରଣ ପରିବହନ ଓ ରେସ୍ତୋରାଁ ଚାଲୁ କରିବା ପାଇଁ ସର୍ତ୍ତମୂଳକ ଅନୁମତି ଦିଆଯାଛି ।

ଏକ ବିବୃତିରେ ମୁଖ୍ୟମନ୍ତ୍ରୀ କେ ପଲାନିସ୍ବାମୀ କହିଛନ୍ତି, କରୋନା ଭାଇରସ ବିସ୍ତାର ରୋକିବାକୁ ରାଜ୍ୟ ବିପର୍ୟ୍ୟୟ ପରିଚାଳନା ଆଇନ୍ ଓ କେନ୍ଦ୍ର ଗୃହ ମନ୍ତ୍ରାଳୟ ବିଜ୍ଞପ୍ତି ଅନୁସାରେ ଜୁନ୍ ୩୦ ତାରିଖ ପର୍ୟ୍ୟନ୍ତ କର୍ଫ୍ୟୁ ବୃଦ୍ଧି କରାଗଲା ।

ତାମିଲନାଡୁ ସରକାର ସାଧାରଣ ପରିବହନ ପାଇଁ ୫୦% ଯାନବାହନଙ୍କୁ ସେମାନଙ୍କ ସାମର୍ଥ୍ୟର ୬୦% ଯାତ୍ରୀ ନେଇ ଚଳପ୍ରଚଳ ପାଇଁ ଅନୁମତି ଦେଇଛନ୍ତି। କିନ୍ତୁ, ଚେନ୍ନାଇ, କାଞ୍ଚିପୁରମ୍, ତିରୁବଲ୍ଲୁର ଏବଂ ଚେଙ୍ଗାଲପଟ୍ଟୁ ଜିଲ୍ଲାରେ ରାଜ୍ୟର ସର୍ବାଧିକ କରୋନାଭାଇରସ୍ ସଂକ୍ରମଣ ଥିବାରୁ ସେଠାରେ ସାଧାରଣ ପରିବହନ ପାଇଁ ଅନୁମତି ଦିଆଯାଇ ନାହିଁ । ଜୁନ୍ ୮ ପରେ କେବଳ ୫୦% ଆସନ ପୂରଣ କରି ଗ୍ରାହକମାନଙ୍କୁ ରେସ୍ତୋରାଁ ସେବା ଯୋଗାଇ ପାରିବେ। କିନ୍ତୁ, ସବୁ ସମୟରେ ସେମାନେ ସାମାଜିକ ଦୂରତା ବଜାୟ ରଖିବେ। ମଲ୍ ବ୍ୟତୀତ ସବୁ ସପିଙ୍ଗ୍ ସେଣ୍ଟର୍‌, କମ୍ପ୍ଲେକ୍ସ ୫୦% କର୍ମଚାରୀଙ୍କୁ ନେଇ ଖୋଲି ପାରିବ ।

Leave a Reply

Your email address will not be published. Required fields are marked *