କରୋନାରେ ଚାଲିଗଲା ଡିଏମ୍କେ ବିଧାୟକଙ୍କ ଜୀବନ
ଚେନ୍ନାଇ, (ଓଡିଶା ଟାଇମ ) : କରୋନାଭାଇରସ୍ ଦ୍ବାରା ଆକ୍ରାନ୍ତ ହୋଇଥିବା ଡିଏମ୍କେ ବିଧାୟକ ଜେ ଅମ୍ବାଜଗନ ବୁଧବାର ସକାଳେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତ। ଦୁଃଖର ବିଷୟ ଆଜି ମଧ୍ୟ ତାଙ୍କର ୬୨ତମ ଜନ୍ମଦିନ । ଅମ୍ବାଜଗନଙ୍କର ଅନ୍ୟାନ୍ୟ ଶାରୀରିକ ଅସୁସ୍ଥତା ଥିଲା । ଜୁନ୍ ୨ ତାରିଖ ଦିନ ୬୧ ବର୍ଷିୟ ହୋଇଥିବା ଡିଏମ୍କେ ବିଧାୟକ ଜେ ଅମ୍ବାଜଗନଙ୍କୁ ଚେନ୍ନାଇସ୍ଥିତ ରେଲା ଇନ୍ଷ୍ଟିଚ୍ୟୁଟ୍ରେ ଭର୍ତ୍ତି କରାଯାଇଥିଲା । ଭର୍ତ୍ତି ହେବା ଦିନ ଡାକ୍ତରଖାନା ତରଫରୁ କୁହାଯାଇଥିଲା ଯେ, ଅମ୍ବାଜଗନଙ୍କର କୋଭିଡ୍-୧୯ ପରୀକ୍ଷା ପଜିଟିଭ୍ ବାହାରିଛି । ତାଙ୍କର ଶ୍ବାସପ୍ରଶ୍ବାସ ପ୍ରକ୍ରିୟା ଜଟିଳ ହୋଇପଡ଼ିଛି । ନିଶ୍ୱାସପ୍ରଶ୍ୱାସ ନେବାରେ ଆହୁରି ଅଧିକ କଷ୍ଟ ଅନୁଭବ ହେବାରୁ ଜୁନ୍ ୩ରେ ଜେ ଅନ୍ବଝଗନ୍ଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା । ସୋମବାର ସନ୍ଧ୍ୟାରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଆହୁରି ବିଗିଡ଼ି ଯାଇଥିବାବେଳେ ଆଜି ସକାଳେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।
ପ୍ରାଥମିକ ଅବସ୍ଥାରେ ତାଙ୍କୁ ଭେଣ୍ଟିଲେଟର୍ରେ ୯୦% ଅମ୍ଳଜାନରେ ରଖାଯାଇଥିଲା । ଧୀରେ ଧୀରେ ତାଙ୍କର ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ହେବାରୁ ପରେ ତାଙ୍କୁ ୪୦% ଅମ୍ଳଜାନ ଯୋଗାଇ ଦିଆଯାଉଥିଲା । ଜୁନ୍ ୭ ତାରିଖ ଦିନ ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଅବନତି ଦେଖାଦେଲା । ଅମ୍ଳଜାନ ଆବଶ୍ୟକତା ବଢ଼ିଲା ଏବଂ ତାଙ୍କର ହୃତ୍ପିଣ୍ଡର କାର୍ଯ୍ୟ କ୍ଷମତାରେ ଅବନତି ଘଟିଲା । ଅମ୍ବାଜଗନଙ୍କ ପୁରୁଣା ବୃକ୍କ୍ ବେମାରୀ ମଧ୍ୟ ଶୋଚନୀୟ ହୋଇପଡ଼ିଲ ବୋଲି ଡାକ୍ତରଖାନା କହିଛି । ସହରର ଚେପାଉକ୍-ତ୍ରିପ୍ଲିକେନ୍ ଆସନରୁ ସେ ବିଧାୟକ ହୋଇଥିଲେ । ପ୍ରଥମେ ୨୦୦୧ରେ ବିଧାୟକ ହୋଇଥିବା ଅମ୍ବାଜଗନ ଚେପାଉକ୍-ତ୍ରିପ୍ଲିକେନ୍ ଆସନରୁ ତିନି ଥର ବିଜୟ ଲାଭ କରିଥିଲେ ।
ଯେତେବେଳେ ଜେ ଅନ୍ବଝଗନ୍ ହସ୍ପିଟାଲ୍ରେ ଭର୍ତ୍ତି ହୋଇଥିଲେ ତାମିଲନାଡୁର ବିରୋଧୀ ଦଳ ଡିଏମ୍କେ, ତାମିଲନାଡୁ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି। କରୋନା ମୁକାବିଲା କ୍ଷେତ୍ରରେ ସରକାର ବିଫଳ ହୋଇଥିବା ବିରୋଧୀ ଅଭିଯୋଗ ଆଣିଛି ।