ଓସ୍କାର ଦୌଡ଼ରେ ତାମିଲ ସିନେମା ‘କୁଝଂଗାଲ୍’

ଚେନ୍ନାଇ,(ଓଡ଼ିଶା ଟାଇମ୍): ଓସ୍କାର ୨୦୨୨ ଦୌଡ଼ରେ ସାମିଲ ହୋଇଛି ଭାରତୀୟ ସିନେମା । ଏହି ରେସରେ ଅଫିସଲିଆଲ ଏଣ୍ଟ୍ରି ଭାବେ ତାମିଲ ଡ୍ରାମା କୁଝଂଗାଲ୍ ମନୋନୀତ ହୋଇଛି । ୯୪ତମ ଏକାଡ଼େମୀ ଆୱାର୍ଡରେ ଭାରତୀୟ ସିନେମାର ଅଫିସିଆଲ ଏଣ୍ଟ୍ରି ସାଜିଛି ସିନେମା ନିର୍ମାତା ବିନୋଥରାଜଙ୍କ ଦ୍ବାରା ନିର୍ମିତ ଏହି ମୁଭିଟି । ଜଣେ ନିଶାସକ୍ତ ସ୍ବାମୀ କିଭଳି ତାର ପତ୍ନୀଙ୍କୁ ନିର୍ଯାତନା ଦେଉଛି ଏବଂ ପରେ ଅତ୍ୟାଚାର ସହି ନ ପାରି ପତ୍ନୀ ସ୍ବାମୀକୁ ଛାଡ଼ି ଚାଲି ଯାଉଛି । ପରେ ଭୁଲର ପଶ୍ଚାତାପ କରି ସ୍ବାମୀଟି ନିଜ ପୁଅ ସହ ପତ୍ନୀଙ୍କୁ ଖୋଜି ବାହାରିଛି । ଏହି ପରି ଘଟଣାବଳି ଉପରେ ପର୍ଯ୍ୟବେଷିତ ହୋଇଛି କୁଝଂଗାଲ୍ । 

ଏହି ଫିଲ୍ମରେ ସମସ୍ତ ନବାଗତଙ୍କୁ ସୁଯୋଗ ମିଳିଛି । ବିଘ୍ନେଶ ଶିବନ ଏବଂ ନୟନତାରାଙ୍କ ଦ୍ବାରା ପ୍ରୋଯୋଜିତ ହୋଇଛି ଏହି ମୁଭି । ନିଜର ଅଫିସିଆଲ ଟ୍ବିଟିର ହ୍ୟାଣ୍ଡେଲରେ ଏନେଇ ସୂଚନା ଦେଇଛନ୍ତି ବିଘ୍ନେଶ । 

କୁଝଂଗାଲ୍ ପୂର୍ବରୁ ମଧ୍ୟ ଅନେକ ଆୱାର୍ଡରେ ସମ୍ମାନିତ ହୋଇସାରିଛି । ୫୦ତମ ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲ ରେଟୋରଡମରେ ସମ୍ମାନିତ ଟାଇଗର ଆୱାର୍ଡରେ ସମ୍ମାନିତ ହୋଇଛି । ଆଗକୁ ୨୦୨୨ ମାର୍ଚ୍ଚ ୨୭ରେ ୯୪ତମ ଏକାଡ଼େମୀ ଆୱାର୍ଡ ଆମୋରିକାର ଲସଆଞ୍ଜେଲସ୍ ଠାରେ ଅନୁଷ୍ଠିତ ହେବାକୁ ଯାଉଛି । 

Leave a Reply

Your email address will not be published. Required fields are marked *