ଆମେରିକା ସମର୍ଥକଙ୍କୁ ଖୋଜୁଛନ୍ତି ତାଲିବାନ ଆତଙ୍କି

କାବୁଲ, (ଓଡିଶା ଟାଇମ୍): ଆଫଗାନିସ୍ତାନରେ ଆମେରିକୀୟ ସୈନ୍ୟଙ୍କ ରହଣି ସମୟରେ ସେମାନଙ୍କୁ ସହଯୋଗ ଓ ସମର୍ଥନ କରୁଥିବା ଆଫଗାନ ନାଗରିକ ଓ ସେମାନଙ୍କ ପରିବାରବର୍ଗଙ୍କୁ ତାଲିବାନ ଆତଙ୍କିମାନେ ଖୋଜିବା ଆରମ୍ଭ କରିଦେଇଛନ୍ତି। ସୋମବାର ବିଳମ୍ବିତ ରାତିରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ବିଶ୍ୱବାସୀଙ୍କ ଉଦ୍ଦେଶ୍ୟରେ ଉଦବୋଧନ ଦେଉଥିବା ଏବଂ ଆମେରିକା ନାଗରିକଙ୍କ ପ୍ରତି ଆଞ୍ଚ ଆସିଲେ ତାଲିବାନ ବିରୁଦ୍ଧରେ କଠୋର ପଦକ୍ଷେପ ନିଆଯିବ ବୋଲି ଚେତାବନୀ ଦେବା ସମୟରେ ସୋମବାର ରାତିତମାମ କାବୁଲରେ ତାଲିବାନ ଆତଙ୍କିମାନେ ଘରକୁ ଘର ଯାଇ ଆମେରିକା ସମର୍ଥକଙ୍କୁ ଖୋଜି ଚାଲିଥିଲେ। ଆମେରିକାକୁ ସହଯୋଗ ଓ ସମର୍ଥନ କରିଥିବା ଅଥବା କରୁଥିବା ଲୋକଙ୍କୁ ତାଲିବାନ ଆତଙ୍କିମାନେ ନିର୍ମମ ଭାବରେ ହତ୍ୟା କରିବାରେ ଲାଗିଛନ୍ତି। ଅନ୍ୟପକ୍ଷରେ କାବୁଲରେ ସଂପ୍ରତି ଆମେରିକାର ୬ହଜାର ସୈନ୍ୟ ରହିଛନ୍ତି। ସେଠାରୁ ଆମେରିକା ଦୂତାବାସ କର୍ମଚାରୀ, ସେମାନଙ୍କ ପରିବାରବର୍ଗ ନିରାପଦରେ ସ୍ୱଦେଶ ଫେରିବା ପର୍ଯ୍ୟନ୍ତ ଉକ୍ତ ସୈନ୍ୟମାନେ ସେଠାରେ ରହିବେ ବୋଲି ଜଣାଯାଇଛି।

Leave a Reply

Your email address will not be published. Required fields are marked *