ବିମାନ ଚଳାଚଳ ନିମନ୍ତେ ଡିଜିସିଏକୁ ଚିଠି ଲେଖିଲା ତାଲିବାନ

କାବୁଲ, (ଓଡିଶା ଟାଇମ୍): ଆଫଗାନିସ୍ତାନକୁ ବାଣିଜ୍ୟିକ ବିମାନ ଚଳାଚଳ କରିବା ଲାଗି ତାଲିବାନ ସରକାର ଭାରତର ବେସାମରିକ ବିମାନ ଚଳାଚଳ ନିର୍ଦେଶାଳୟ (ଡିଜିସିଏ)କୁ ଚିଠି ଲେଖିଛି। ଇସଲାମିକ ଇମରେଟ୍ସ ଇ ଆଫଗାନିସ୍ତାନର ଏହି ଚିଠି ଉପରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ବିଚାର କରୁଛି। ଅଗଷ୍ଟ ୧୫ରେ ଆଫଗାନିସ୍ତାନରେ ତାଲିବାନର କ୍ଷମତା ଦଖଲ ପରେ ଭାରତ ଏଠାକୁ ବିମାନ ଚଳାଚଳକୁ ସମ୍ପୂର୍ଣ୍ଣ ବନ୍ଦ କରିଦେଇଛି। କରୋନା କଟକଣାକୁ ନେଇ ଅକ୍ଟୋବର ୩୧ ପର୍ଯ୍ୟନ୍ତ ଆନ୍ତର୍ଜାତିକ ବିମାନ ଚଳାଚଳକୁ ଭାରତ ସରକାର ନିଷିଦ୍ଧ କରିଛନ୍ତି।

Leave a Reply

Your email address will not be published. Required fields are marked *