ଆଜି ଶପଥ ନେବ ତାଲିବାନ ସରକାର

କାବୁଲ, (ଓଡିଶା ଟାଇମ୍): ଆଫଗାନିସ୍ତାନରେ ଆଜି ତାଲିବାନ ସରକାର ଗଠନ ହେବା ସମ୍ଭାବନା ରହିଛି। ଶୁକ୍ରବାର ପ୍ରାର୍ଥନା ପରେ ନୂଆ ସରକାର ଶପଥ ନେବେ ବୋଲି ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି। ଗତ ଦୁଇ ସପ୍ତାହ ଧରି ଏ ନେଇ ଚାଲିଥିବା ପ୍ରକ୍ରିୟା ଏବେ ଚୂଡ଼ାନ୍ତ ସ୍ତରରେ ପହଞ୍ଚଛି। ଘୋର ଆର୍ଥିକ ଓ ସୁରକ୍ଷାଗତ ସଂକଟ ମଧ୍ୟରେ ସରକାର ଗଠନ ହେବାକୁ ଯାଉଥିବା ଜଣେ ତାଲିବାନ ନେତା ସୂଚନା ଦେଇଛନ୍ତି। ଏଥିମଧ୍ୟରେ ଦେଶର ଆର୍ଥିକ ପରିଚାଳନା ପାଇଁ ତାଲିବାନ ବିଭିନ୍ନ ବୈଦେଶିକ ଅନୁଦାନ ଓ ସହାୟତା ଉପରେ ଆଶା ରଖିଛି। ଏଥିପାଇଁ ନିବେଦନ ପରେ ମାନବିକତା ଆଳରେ ବିଭିନ୍ନ ରାଷ୍ଟ୍ର ଆବଶ୍ୟକ ସହାୟତା ପ୍ରଦାନ ପାଇଁ ଘୋଷଣା କରିଛନ୍ତି। ଏ ବାବଦରେ ତାଲିବାନକୁ ୧୦ ବିଲିୟନ ବା ୧୦୦୦ କୋଟି ଡଲାର ମିଳିବା ସମ୍ଭାବନା ରହିଛି। ଏହାଦ୍ବାରା ଆଗାମୀ ଦିନରେ ସୃଷ୍ଟି ହେବାକୁ ଯାଉଥିବା ଖାଦ୍ୟ ସଂକଟ ଦୂର ପ୍ରତି ପ୍ରାଥମିକତା ଦିଆଯିବ ବୋଲି ସୂଚନା ମିଳିଛି। ଦେଶର ଦୁଇ-ତୃତୀୟାଂଶ ଜନତା ଏବେ ଖାଦ୍ୟାଭାବର ସମ୍ମୁଖୀନ ହେଉଛନ୍ତି ।

ଭୟରେ ହଜାର ହଜାର ଆଫଗାନ୍‌ବାସୀ ଦେଶ ଛାଡ଼ିବା ପାଇଁ ଡହଳ ବିକଳ ହେଉଥିବା ଦେଖାଯାଉଛି। ଏମିତି ଅବସ୍ଥାରେ ପାକିସ୍ତାନ ସୀମାନ୍ତ ସ୍ପିନ୍‌-ବଦଲାକ-ଚମନ ଅଞ୍ଚଳରେ ଦଳାଚକଟା ହୋଇଥିବାର ସୂଚନା ମିଳିଛି। ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ମୃତାହତ ନେଇ ବିଶେଷ ବିବରଣୀ ମିଳି ନାହିଁ। ଏଭଳି ଅବସ୍ଥା ଦେଖି ପାକିସ୍ତାନ ଏହାର ଆଫଗାନିସ୍ତାନ ସଂଲଗ୍ନ ସୀମାକୁ ବନ୍ଦ କରିଦେଇଥିବା ଜଣାପଡ଼ିଛି। ସେହିଭଳି ପଞ୍ଜଶିରରେ ମହମ୍ମଦ ଆବାସଙ୍କ ନେତୃତ୍ବାଧୀନ ନଦର୍ଣ୍ଣ ଆଲାଏନ୍ସ ବାହିନୀ ତାଲିବାନ ସହିତ ଘମାଘୋଟ ଲଢ଼େଇରେ ଲାଗିଛନ୍ତି। ତାଲିବାନ ଏହି ପ୍ରଦେଶର ଚାରିପଟୁ ଘେରି ରହିଥିଲେ ମଧ୍ୟ ଭିତରକୁ ପ୍ରବେଶ କରିପାରୁ ନାହାନ୍ତି। ବାହିନୀ କୌଣସି ପରିସ୍ଥିତି ହାର ମାନିବ ନାହିଁ ବୋଲି ଆବାସ ଘୋଷଣା କରିଛନ୍ତି। ଏହି ଲଢ଼େଇରେ ଗତ କାଲି ୩୫୦ ତାଲିବାନୀ ନିପାତ ହୋଇଥିଲାବେଳେ ଗୁରୁବାର ଦୁଇ ଆଲାଏନ୍ସ ସେନା ନିହତ ହୋଇଥିବା ଜଣାପଡ଼ିଛି। ଏହି ପରିପ୍ରେକ୍ଷୀରେ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହା ମେହମୁଦ କ୍ୟୁରେସୀ ତାଲିବାନ ମୁଖପାତ୍ର ଭଳି ପୁନର୍ବାର ଚେତାବନୀ ​‌େ​‌ଦଇଛନ୍ତି ଯେ ଯେଉଁ ରାଷ୍ଟ୍ର ନୂଆ ସରକାରକୁ ସ୍ବୀକୃତି ନ ଦେବେ ସେମାନଙ୍କୁ ଗୃହଯୁଦ୍ଧର ସମ୍ମୁଖୀନ ହେବାକୁ ପଡ଼ିବା ଆଶଙ୍କା ରହିଛି। ଅପରପକ୍ଷରେ ରୁଷିଆ ରାଷ୍ଟ୍ରପତି ବ୍ଲାଦିମିର ପୁତିନ ଆମେରିକାକୁ ସମାଲୋଚନା କରି କହିଛନ୍ତି ଯେ ଏଥିରୁ ଆମେରିକା କିମ୍ବା ଆଫଗାନିସ୍ତାନକୁ କିଛି ବି ସଫଳତା ମିଳି ନାହିଁ; ବରଂ ଉଭୟ ଲାଞ୍ଛିତ ହୋଇଛନ୍ତି।

ଅନ୍ୟପଟେ ତାଲିବାନ ରାଜନୈତିକ ବ୍ୟାପାର ମୁଖ୍ୟ ଶେର୍‌ ମହମ୍ମଦ ଆବାସ୍‌ ସ୍ତାନିକଜାଇ ମହିଳାମାନଙ୍କୁ ଘରେ ରହିବାକୁ ପରାମର୍ଶ ଦେଇଛନ୍ତି। ସେମାନଙ୍କୁ ଏଥିପାଇଁ ତାଲିବାନ ସରକାରଙ୍କ ପକ୍ଷରୁ ଆବଶ୍ୟକ

Leave a Reply

Your email address will not be published. Required fields are marked *