ପାକିସ୍ତାନରେ ପଶିଲେ ତାଲିବାନ ; ଇସଲାମାବାଦରେ ଉଡ଼ାଇଲେ ସଂଗଠନ ପତାକା

ଇସଲାମାବାଦ, (ଓଡିଶା ଟାଇମ୍): ଆଫଗାନିସ୍ତାନରେ କ୍ଷମତା ଦଖଲ ପାଇଁ ତାଲିବାନକୁ ପାକିସ୍ତାନ ସମ୍ପୂର୍ଣ୍ଣ ସହଯୋଗ କରିଆସିଛି। ପାକିସ୍ତାନ ସାମରିକ ଓ ଆର୍ଥିକ ସହଯୋଗ ପୂର୍ବକ ତାଲିବାନକୁ କ୍ଷମତାକୁ ଫେରାଇ ଆଣିଥିବାବେଳେ ଏହି ସଂଗଠନ ଏବେ ‘ଭଷ୍ମାସୁର’ ହେବାକୁ ଯାଉଛି। କାରଣ ତାଲିବାନମାନେ ଏବେ ଖୋଲାଖୋଲି ସେମାନଙ୍କ ସଂଗଠନର ପତାକାକୁ ପାକିସ୍ତାନରେ ଉଡାଇଛନ୍ତି। ଏପରି କି ରାଜଧାନୀ ଇସଲାମାବାଦସ୍ଥିତ ଜାମିଆ ହାଫସା ମଦ୍ରାସା ଉପରେ ତାଲିବାନମାନେ ସେମାନଙ୍କ ପତାକା ଉଡାଇଛନ୍ତି। ତାଲିବାନର କ୍ଷମତା ଦଖଲକୁ ପାକିସ୍ତାନ ଅନେକ ​‌େ​‌ମୗଲବୀ ସମର୍ଥନ କରିଛନ୍ତି। ଫଳରେ ଆଗକୁ ପାକିସ୍ତାନରେ ତାଲିବାନର ପ୍ରଭାବ ବେଶ୍ ଦେଖିବାକୁ ମିଳିବାର ସମ୍ଭାବନା ରହିଛି। ଆଫଗାନିସ୍ତାନରେ ଏହା ପୂର୍ବରୁ ଥିବା ସରକାରଙ୍କ ପ୍ରତି ପାକିସ୍ତାନର କୌଣସି ରାଜନୈତିକ ସମର୍ଥନ ନଥିଲା ବୋଲି ପାକିସ୍ତାନ ବିଦେଶ ମନ୍ତ୍ରୀ ମହମ୍ମଦ କୁରେସି କହିଛନ୍ତି। ସେ କହିଛନ୍ତି ଯେ ଲୋକଙ୍କ ସମର୍ଥନ ମିଳିଥିବାରୁ ତାଲିବାନ ଶାସନକୁ ଆସିପାରିଛି।

Leave a Reply

Your email address will not be published. Required fields are marked *