ତାଜମହଲରେ ବୋମା ଗୁଜବ, ପର୍ଯ୍ୟଟକ ଆତଙ୍କିତ
ଆଗ୍ରା, (ଓଡିଶା ଟାଇମ୍) :ଦୁନିଆର ୭ ଚମତ୍କାର ମଧ୍ୟରୁ ଗୋଟିଏ ହେଲା ତାଜମହଲ। ତାଜମହଲରେ ବୋମା ଥିବା ଖବର ଆସିଥିଲା। କିନ୍ତୁ ଏହି ଖବର ମିଛ ବୋଲି ଜଣାପଡିଛି। ବୋମା ସୂଚନା ପାଇବା ପରେ ତାଜମହଲ ପରିସରରେ ଉପସ୍ଥିତ ଥିବା ପର୍ଯ୍ୟଟକଙ୍କୁ ବାହାର କରାଯାଇଥିଲା ଏବଂ ଦୁଇଟି ଫାଟକ ବନ୍ଦ କରିଦିଆଯାଇଥିଲା। ତୁରନ୍ତ ବମ ସ୍କ୍ୱାର୍ଡଙ୍କୁ ଡକାଯାଇ ତଲାସୀ ଅଭିଯାନ ଆରମ୍ଭ ହୋଇଥିଲା। ଜଣେ ଯୁବକ ୧୧୨ ଡାଏଲ କରି ତାଜମହଲରେ ବୋମା ଥିବା ସୂଚନା ଦେଇଥିଲେ। ଉକ୍ତ ଯୁବକକୁ ପୋଲିସ ହାଜତକୁ ନେଇଛି। ଯୁବକକୁ ପଚରାଉଚୁରା କରିବାକୁ ସେ କହିଛି ଯେ ଚାକିରୀ ନ ମିଳିବାରୁ ସେ ବହୁତ ଚିନ୍ତିତ। ଏହାପରେ ତାଜମହଲ ପୁଣି ଖୋଲି ଦିଆଯାଇଛି।

ଆଗ୍ରା ଏସପି ଶିବରାମ ଯାଦବ କହିଛନ୍ତି ଯେ ଜଣେ ଯୁବକ କଣ୍ଟ୍ରୋଲ ରୁମକୁ ଫୋନ କରି କହିଥିଲେ ଯେ ସେନାରେ ଭର୍ତ୍ତି ହେବାରେ ବହୁତ ତ୍ରୁଟି ରହିଛି ଯେଉଁଥିପାଇଁ ସେ ସେନାରେ ଭର୍ତ୍ତି ହୋଇପାରୁନାହିଁ। ତାପରେ ସେ କହିଥିଲେ ଯେ ତାଜମହଲରେ ବୋମା ଅଛି ଓ ତାହା ଜଲଦି ଫାଟିଯିବ।
ଏହି ସୂଚନା ପାଇବା ପରେ ତାଜମହଲରେ ସିକ୍ୟୁରିଟି ଚେକ କରାଯାଇଥିଲା। CISF ତାଜମହଲ ପରିସର ଖାଲି କରିଥିଲେ ଓ ସବୁ ଫାଟକ ବନ୍ଦ କରିଦେଇଥିଲେ। ଫୋନ କରିଥିବା ଯୁବକର ଫୋନ ଟ୍ରେସ କରାଯାଇଥିଲା। ଯୁବକକୁ ପୋଲିସ ହାଜତକୁ ନେଇଛି। ଏହି ଫୋନ କଲ ଫିରୋଜାବାଦରୁ କରାଯାଇଥିଲା। ମାମଲାର ଯାଞ୍ଚ ଚାଲିଛି ବୋଲି ଏସପି କହିଛନ୍ତି।