ଆଜି ଇଣ୍ଡିଆ ମାରିବ ଚଉକା ଛକା, ପାକିସ୍ତାନକୁ ଆଦୌ ମିଳିବନି ମଉକା

ଦୁବାଇ,(ଓଡ଼ିଶା ଟାଇମ୍): ଆଜି ଆରମ୍ଭ ହେବ ବିଶ୍ବକପ ୨୦୨୧ର ସବୁଠୁ ଚର୍ଚ୍ଚିତ ,ଉତ୍ତେଜନା ପୂର୍ଣ୍ଣ ଏବଂ ଉଦବେଗ ଭରା ମ୍ୟାଚ । କାରଣ ଆଜି ମୈଦାନକୁ ଓହ୍ଲାଇବେ ଦୁଇ ପାରମ୍ପରିକ ବିରୋଧୀ ଭାରତ ଓ ପାକିସ୍ତାନ । ଯେଉଁ ମହାଲଢେଇକୁ ସମଗ୍ର ଦେଶ ଚାହିଁ ରହିଥିଲା ଆଜି ତାର ସମୟ ଆସିଯାଇଛି । ଆଜିର ମ୍ୟାଚ ଶେଷରେ କେଜାଣି କେତେ ଡ୍ରଇଁ ରୁମ୍ ଏବଂ କେତେ ଘରେ ଦାମୀ ଟିଭି ଗୁଡ଼ିକ ଭାଙ୍ଗିବ ।

ଆଉ ମାତ୍ର କିଛି ଘଣ୍ଟା ପରେ ସୁଦୂର ଦୁବାଇ ମାଟିରେ ମୁହାଁ ମୁହିଁ ହେବେ କ୍ରିକେଟ ଜଗତର ଦୁଇ ଚର୍ଚ୍ଚିତ ଟିମ୍ ଇଣ୍ଡିଆ ଓ ପାକିସ୍ତାନ । ମ୍ୟାଚ ଜିତିବାକୁ ଜୋରଦାର ପ୍ରସ୍ତୁତି କରିଛନ୍ତି ଦୁଇ ଦଳ ।  ହେଲେ ପ୍ରତି ଥର ଭଳି ଏଥର ମଧ୍ୟ ଗ୍ରାଉଣ୍ଡରେ ପାକିସ୍ତାନକୁ ଧୂଳି ଚଟାଇବାକୁ ପ୍ରୟାସ କରିବ ଭାରତ ।  ଆଉ ସବୁଥର ଭଳି ଇତିହାସର ପୃଷ୍ଠାରେ କିଛି ଭିନ୍ନ ତଥ୍ୟ ଯୋଡ଼ିବାକୁ ଉଦ୍ୟମ କରିବେ ସବୁଜ ଦଳ । ଏଥର ପାକିସ୍ତାନୀଙ୍କ ଜଜବାତ୍,ବକ୍ତ ଆଉ ଜିନ୍ଦଗୀ ନବଦଳାଇବାକୁ ଭରପୁର ପ୍ରୟାସ କରିବ ପାକିସ୍ତାନ ପୂର୍ବଥର ଭଳି ଆଇସକ୍ରୀମ ଆଉ ବର୍ଗର ନଖାଇ ଏଥର ଫିଟନେସ୍ ଉପରେ ପୂରାପୁରି ଧ୍ୟାନ ଦେଇଛନ୍ତି ପାକିସ୍ତାନ ଖେଳାଳୀ । 

ଆଜିର ମ୍ୟାଚକୁ ନେଇ ବେଶ ଉତ୍ସାହିତ ଅଛନ୍ତି ୧୬୦ କୋଟି କ୍ରିକେଟପ୍ରେମୀ । ଫାଇନାଲ ପୂର୍ବରୁ ଫାଇନାଲ କୁହାଯାଉଥିବା ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦୀଙ୍କ ଏହି କ୍ରିକେଟ ଯୁଦ୍ଧ ବି କେବଳ ଖେଳାଳି କିମ୍ବା ପଡ଼ିଆ ଭିତରେ ସୀମିତ ରହିବନି ବରଂ ଷ୍ଟାଡ଼ିୟମ ଭିତରେ ଓ ବାହାରେ ଥିବା ଏହି ପ୍ରଶଂସକ ଓ ସମର୍ଥକମାନେ ଏକ ଅଘୋଷିତ ମହାଯୁଦ୍ଧରେ ମାତିଯିବେ । 

Leave a Reply

Your email address will not be published. Required fields are marked *