ଶପଥ ନେବାର ୭ ଘଣ୍ଟା ପରେ ଇସ୍ତଫା ଦେଲେ ସ୍ବିଡେନ ପ୍ରଧାନମନ୍ତ୍ରୀ

(ନୂଆଦିଲ୍ଲୀ, ଓଡ଼ିଶା ଟାଇମ): ପ୍ରଧାନମନ୍ତ୍ରୀ ହେବାର ମାତ୍ର ୭ଘଣ୍ଟା ପରେ ଇସ୍ତଫା ଦେଇଛନ୍ତି ସ୍ବିଡେନର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ । ମାଗଡାଲେନା ଆଣ୍ଡରସନ ଶୁକ୍ରବାର ପିଏମ୍ ଭାବେ ଶପଥଗ୍ରହଣ କରିଥିଲେ , ଏହି ପଦରେ ମାତ୍ର ୭ଘଣ୍ଟା ରହିବା ପରେ ସେ ଇସ୍ତଫା ଦେଇଛନ୍ତି ସେଣ୍ଟର ଲେପ୍ଟ ସୋସିଆଲ ଡେମୋକ୍ରାଟିକ ପାର୍ଟିର ନେତ୍ରୀ ମାଗଡାଲେନା ଶପଥ ନେବା ପରେ ପାର୍ଲାମେଣ୍ଟରେ ବଜେଟ୍ ଉପସ୍ଥାପନା ପ୍ରସ୍ତାବ  ରଖିଥିଲେ । ଏଥିପାଇଁ ତାଙ୍କୁ ଆବଶ୍ୟକ ସାଂସଦଙ୍କ ସମର୍ଥନ ମିଳିନଥିଲା । ସଂଖ୍ୟାରିଷ୍ଠତା ନମିଳିବାରୁ ସେ ଇସ୍ତଫା ଦେଇଥିଲେ । ତାଙ୍କୁ ସମର୍ଥନ କରିଥିବା ଗ୍ରୀନ ପାର୍ଟି ସଦସ୍ୟମାନେ ମଧ୍ୟ ଏଥିରେ ସହଯୋଗ କରି ନଥିଲେ । ମଗାଡାଲେନାଙ୍କ ଇସ୍ତଫା ପରେ ଦେଶରେ ରାଜନୈତିକ ଅସ୍ଥିରତା ସୃଷ୍ଟି ହୋଇଛି । ନୂଆ ସରକାର ଗଠନ ହେବା ପର୍ଯ୍ୟନ୍ତ ସେ ପ୍ରଧାନମନ୍ତ୍ରୀ ପଦରେ ରହିବେ । ଆସନ୍ତା ବର୍ଷ ଦେଶରେ ସାଧାରଣ ନିର୍ବାଚନ ହେବ । 

Leave a Reply

Your email address will not be published.