ଆତ୍ମହତ୍ୟା କଲେ ସୁଶାନ୍ତଙ୍କ କୁନି ଫ୍ୟାନ୍‌; ଶେଷଥର ପାଇଁ ଦେଖିଥିଲେ ଏହି ଫିଲ୍ମ

ଭୁବନେଶ୍ୱର, (ଓଡିଶା ଟାଇମ୍‌): ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତ ଗତ ଜୁନ୍ ୧୪ ତାରିଖରେ ମାତ୍ର ୩୪ ବର୍ଷ ବୟସରେ ଆତ୍ମହତ୍ୟା କରିଥିଲେ । ଯାହାକୁ ଆଜି ଯାଏଁ ତାଙ୍କ ଫ୍ୟାନମାନେ ବିଶ୍ୱାସ କରିପାରୁ ନାହାଁନ୍ତି । ଏପରିକି କିଛି କିଛି ପ୍ରଶଂସକ ସୁଶାନ୍ତଙ୍କ ମୃତ୍ୟୁରେ ମ୍ରିୟମାଣ ହୋଇ ନିଜେ ମଧ୍ୟ ଆତ୍ମହତ୍ୟା କରୁଥିବା ନଜରକୁ ଆସୁଛି ।

ଏଭଳି ଘଟଣା ଘଟିଛି ଛତିଶଗଡର ଭିଲ୍ଲାଇରେ । ମାତ୍ର ୧୩ ବର୍ଷ ବୟସର କୁନି ଝିଅଟି ସୁଶାନ୍ତଙ୍କ ମୃତ୍ୟୁରେ ଏତେ ଦୁଃଖି ଥିଲେ ଯେ ପରିଶେଷରେ ସେ ନିଜ ଜୀବନକୁ ମଧ୍ୟ ହାରିଦେଲେ । ଯେଉଁ ସମୟରେ ଝିଅଟି ନିଜକୁ ଫାଶୀ ଲଗାଇଥିଲେ, ସେସମୟରେ ଘରେ କେହି ନଥିଲେ ।

ନ୍ୟୁଜ୍ ଏଜେନ୍ସି ପିଟିଆଇର ରିପୋର୍ଟ ଅନୁଯାୟୀ ଝିଅର ବାପା ରାୟପୁର ସ୍ଥିତ ଏକ ଘରୋଇ କମ୍ପାନୀରେ କାମ କରନ୍ତି । ତାଙ୍କୁ କୌଣସି କାମରେ ବାହାରକୁ ଯିବାକୁ ଥିବା ବେଳେ ସେ ପରିବାର ବର୍ଗଙ୍କୁ ଅଜା ଘଷର ଛାଡି ଦେଇଥିଲେ ।

ସେଠାରେ ହିଁ ଝିଅଟି କବାଟ ବନ୍ଦ କରି ଦେଇ ରୁମ୍ ଭିତରେ ରହିଥିଲା । ପରେ ପରିବାର ବର୍ଗ କବାଟ ବାଡେଇବାରୁ ଭିତରୁ କିଛି ଶବ୍ଦ ଶୁଣା ଯାଇନଥିଲା । ପରବର୍ତ୍ତୀ ସମୟରେ ଝରକା ବାଟେ ଦେଖିବାରୁ ଝିଅଟିର ଶରୀର ପଙ୍ଖାରେ ଝୁଲୁଥିବା ନଜର ଆସିଥିଲା । ପରେ କବାଟ ଭାଙ୍ଗି ତାକୁ ସଙ୍ଗେସଙ୍ଗେ ସ୍ଥାନୀୟ ମେଡିକାଲକୁ ନିଆଯାଇଥିଲା । ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ତେବେ ପରିବାର ବର୍ଗଙ୍କ କହିବାନୁଯାୟୀ ସୁଶାନ୍ତଙ୍କ ମୃତ୍ୟୁ ପରେ ଝିଅଟି ଦୁଃଖି ରହୁଥିଲା । ଏପରିକି ଆତ୍ମହତ୍ୟା କରିବା ପୂର୍ବରୁ ସେ ଅଭିନେତାଙ୍କ ‘ଛିଚ୍ଛୋରେ’ ଫିଲ୍ମ ମଧ୍ୟ ଦେଖିଥିବା ବେଳେ ଏକ ସୁଇସାଇଡ୍ ନୋଟ୍ ଲେଖିଥିଲେ ।

ଏହି ଘଟଣାରେ ପୋଲିସ ତଦନ୍ତ ଆରମ୍ଭ କରିଥିବା ସୁତ୍ରରୁ ପ୍ରକାଶ ।

‘ଦିଲ୍ ବିଚାରା’ ଫିଲ୍ମକୁ ଡିଜନୀ+ହଟଷ୍ଟାର୍ ପ୍ଲାଟଫର୍ମରେ ଜୁଲାଇ ୨୪ ତାରିଖ ସନ୍ଧ୍ୟା ୭ଟା ୩୦ମି.ରେ ଦେଖିପାରିବେ । ଦର୍ଶକ ମାନେ ହଟଷ୍ଟାରରେ ପ୍ରିମିୟମ୍ ମେମ୍ବର୍ସ ନଥିଲେ ବି ଏହି ଫିଲ୍ମ ଦେଖିବାର ସୁଯୋଗ ପାଇ ପାରିବେ ।

Leave a Reply

Your email address will not be published.