ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା ମାମଲାର ସିବିଆଇ ଯାଞ୍ଚ ପାଇଁ ଅନୁରୋଧ କଲେ ରିୟା
ନୂଆଦିଲ୍ଲୀ, (ଓଡିଶା ଟାଇମ୍): ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା ମାମଲାର ସିବିଆଇ ଯାଞ୍ଚ କରାଇବା ଲାଗି ବହୁ କଳାକାର ଦାବି କରି ଆସୁଛନ୍ତି । ଏହି କ୍ରମରେ ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ ମଧ୍ୟ ଗୃହ ମନ୍ତ୍ରୀ ଅମିତ ଶାହଙ୍କୁ ଟ୍ୱିଟ କରି ସିବିଆଇ ତଦନ୍ତ ପାଇଁ ଅନୁରୋଧ କରିଛନ୍ତି ।
ସେ ଟ୍ୱିଟରେ ଲେଖିଛନ୍ତି “ଆଦରଣୀୟ ଅମିତ ଶାହ ସାର, ମୁଁ ସୁଶାନ୍ତ ସିଂହ ରାଜପୁତଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ । ତାଙ୍କ ମୃତ୍ୟୁକୁ ଏକ ମାସରୁ ଅଧିକା ହୋଇଗଲାଣି । ମୋତେ ସରକାରଙ୍କ ଉପରେ ପୂରା ଭରସା ଅଛି । ହେଲେ ବି ମୁଁ ହାତ ଯୋଡି ଆପଣଙ୍କୁ ଅନୁରୋଧ କରୁଛି ଯେ ଏ ମାମଲାର ସିବିଆଇ ତଦନ୍ତ କରାଯାଉ । ସେ ଆଉ ଗୋଟେ ଟ୍ୱିଟ୍ କରି କହିଛନ୍ତି ଯେ ମୁଁ ଜାଣିବାକୁ ଚାହୁଁଛି ଯେ କେଉଁଥିପାଇଁ ଏଭଳି ପଦକ୍ଷେପ ନେଲେ ।
ଗତ ଜୁନ୍ ୧୪ ତାରିଖରେ ବଲିଉଡର ଏହି ଅଭିନେତା ଜଣକ ମାତ୍ର ୩୪ ବର୍ଷ ବୟସରେ ଆତ୍ମହତ୍ୟା କରିଥିଲେ । ଯାହାକୁ ଆଜି ଯାଏଁ ତାଙ୍କ ଫ୍ୟାନମାନେ ବିଶ୍ୱାସ କରିପାରୁ ନାହାଁନ୍ତି । ସେ ଡିପ୍ରେସନ ଯୋଗୁଁ ଏପରି ପଦକ୍ଷେପ ନେଇଥିବା କୁହାଯାଉଥିବା ବେଳେ ଏହି ମାମଲାରେ ପୋଲିସ ଏଯାଏଁ ବହୁ ଲୋକଙ୍କ ବୟାନ ରେକର୍ଡ କରାଯାଇଛି ।
ନିକଟ ଅତୀତରେ ସୁଶାନ୍ତଙ୍କ ଅଭିନୀତ ଶେଷ ଫିଲ୍ମ ‘ଦିଲ୍ ବିଚାରା’ର ଟାଇଟଲ୍ ଟ୍ରାକ୍ ସହ ଗୀତ ଗୁଡିକ ରିଲିଜ ହୋଇଛି । ଫିଲ୍ମଟି ଜନ୍ ଗ୍ରୀନଙ୍କ ଉପନ୍ୟାସ ‘ଦ ଫଲଟ୍ ଇନ୍ ଆୱାର ଷ୍ଟାର୍ସ’ ଉପରେ ଆଧାରିତ । ସୁଶାନ୍ତ ସିଂହ ରାଜପୁତଙ୍କ ଏହି ଫିଲ୍ମ ଓଟିଟି ପ୍ଲାଟଫର୍ମ ହଟଷ୍ଟାର୍ ଡିଜନୀରେ ରିଲିଜ ହେବ । ଫିଲ୍ମରେ ସୁଶାନ୍ତ ସିଂହ ରାଜପୁତ, ସଞ୍ଜନା ସାଘିଂ, ସ୍ୱସ୍ତିକା ମୁଖାର୍ଜି, ସାହିଲ ବୈଦ ଓ ସେଫ୍ ଅଲ୍ଲୀ ଖାନ୍ ଷ୍ଟାରକାଷ୍ଟ ଭାବେ ରହିଛନ୍ତି ।
ସୁଶାନ୍ତ କାଇ ପେ ଛେ, ସୁଦ୍ଧ ଦେଶୀ ରୋମାନ୍ସ, ଡିଟେକ୍ଟିଭ ବ୍ୟୋମକେଶ ବକ୍ସ, ଏମ.ଏସ.ଧୋନୀ, କେଦାରନାଥ ଓ ଛିଛୋରେ ଭଳି ଫିଲ୍ମରେ ଦର୍ଶକଙ୍କୁ ନିଜ ଅଭିନୟର ଯାଦୁ ଦେଖାଇଥିଲେ ।