ଦର୍ଶକଙ୍କ ମନ ଜିଣୁଛି ‘ଦିଲ୍ ବେଚାରା’; ରିଲିଜ ପରେ ଭାରତୀୟ ଫିଲ୍ମ ତାଲିକାରେ ରହିଲା ପ୍ରଥମ ସ୍ଥାନରେ

ମୁମ୍ବାଇ, (ଓଡିଶା ଟାଇମ୍‌): ସ୍ୱର୍ଗତଃ ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଅଭିନେତା ଶେଷ ଚଳଚ୍ଚିତ୍ର ‘ଦିଲ୍ ବେଚାରା’ ଓଟିଟି ପ୍ଲାଟଫର୍ମ, ଡିଜନୀ+ହଟଷ୍ଟାରରେ ରିଲିଜ ହୋଇ ଯାଇଛି।

ଡିଜିଟାଲ୍ ପ୍ଲାଟଫର୍ମରେ ରିଲିଜ ହେବାର କିଛି ସମୟ ପରେ ଫିଲ୍ମଟିକୁ ରେଟିଂ ୧୦ରୁ ୯.୮ ମିଳିଛି ।

ଏହି ଫିଲ୍ମ ରେକର୍ଡ ଭାଙ୍ଗିବା ସହ ଆଇଏମଡିବିର ଭାରତୀୟ ଫିଲ୍ମ ତାଲିକାରେ ପ୍ରଥମ ସ୍ଥାନରେ ରହି ପାରିଛି । ଏହା ୨୦୦୩ ମସିହାରେ ରିଲିଜ ହୋଇଥିବା କମଳ ହାସନ୍ ଓ ଆର୍ ମାଧବନଙ୍କ ତାମିଲ ଫିଲ୍ମ ଆନବେ ଶିବମର ରେକର୍ଡକୁ ଭାଙ୍ଗି ଦେଇଛି ।

ଫିଲ୍ମଟି ଜନ୍ ଗ୍ରୀନଙ୍କ ଉପନ୍ୟାସ ‘ଦ ଫଲଟ୍ ଇନ୍ ଆୱାର ଷ୍ଟାର୍ସ’ ଉପରେ ଆଧାରିତ । ସୁଶାନ୍ତ ସିଂହ ରାଜପୁତଙ୍କ ଏହି ଫିଲ୍ମ ଓଟିଟି ପ୍ଲାଟଫର୍ମ ହଟଷ୍ଟାର୍ ଡିଜନୀରେ ରିଲିଜ ହେବ । ଫିଲ୍ମରେ ସୁଶାନ୍ତ ସିଂହ ରାଜପୁତ, ସଞ୍ଜନା ସାଘିଂ, ସ୍ୱସ୍ତିକା ମୁଖାର୍ଜି, ସାହିଲ ବୈଦ ଓ ସେଫ୍ ଅଲ୍ଲୀ ଖାନ୍ ଷ୍ଟାରକାଷ୍ଟ ଭାବେ ରହିଛନ୍ତି ।

ନିକଟ ଅତୀତରେ ସୁଶାନ୍ତଙ୍କ ଅଭିନୀତ ଶେଷ ଫିଲ୍ମ ‘ଦିଲ୍ ବିଚାରା’ର ଟାଇଟଲ୍ ଟ୍ରାକ୍ ସହ ଗୀତ ଗୁଡିକ ରିଲିଜ ହୋଇଥିଲା ।

ଗତ ଜୁନ୍ ୧୪ ତାରିଖରେ ବଲିଉଡର ଏହି ଅଭିନେତା ଜଣକ ମାତ୍ର ୩୪ ବର୍ଷ ବୟସରେ ଆତ୍ମହତ୍ୟା କରିଥିଲେ । ଯାହାକୁ ଆଜି ଯାଏଁ ତାଙ୍କ ଫ୍ୟାନମାନେ ବିଶ୍ୱାସ କରିପାରୁ ନାହାଁନ୍ତି । ସେ ଡିପ୍ରେସନ ଯୋଗୁଁ ଏପରି ପଦକ୍ଷେପ ନେଇଥିବା କୁହାଯାଉଥିବା ବେଳେ ଏହି ମାମଲାରେ ପୋଲିସ ଏଯାଏଁ ବହୁ ଲୋକଙ୍କ ବୟାନ ରେକର୍ଡ କରାଯାଇଛି ।

ସୁଶାନ୍ତ କାଇ ପେ ଛେ, ସୁଦ୍ଧ ଦେଶୀ ରୋମାନ୍ସ, ଡିଟେକ୍ଟିଭ ବ୍ୟୋମକେଶ ବକ୍ସ, ଏମ.ଏସ.ଧୋନୀ, କେଦାରନାଥ ଓ ଛିଛୋରେ ଭଳି ଫିଲ୍ମରେ ଦର୍ଶକଙ୍କୁ ନିଜ ଅଭିନୟର ଯାଦୁ ଦେଖାଇଥିଲେ ।

Leave a Reply

Your email address will not be published.