ରହସ୍ୟମୟ ହେଉଛି ସୁଶାନ୍ତଙ୍କ ମୃତ୍ୟୁ; ପଡୋଶୀ କହିଲେ ସେଦିନ ବହୁତ ଶୀଘ୍ର ଘରର ଲାଇଟ୍ ବନ୍ଦ ହୋଇଥିଲା, ଏମିତି ଆଗରୁ କେବେ ହୋଇନଥିଲା

ନୂଆଦିଲ୍ଲୀ, (ଓଡିଶା ଟାଇମ୍‌): ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲା ଦିନକୁ ଦିନ ନୂଆ ମୋଡ ନେବାରେ ଲାଗିଛି । ଏବେ ଏହି ମାମଲାର ଯାଞ୍ଚ ଭାର ସିବିଆଇ ସମ୍ଭାଳୁଥିବା ବେଳେ କେସରେ ସମ୍ପୃକ୍ତି ନେଇ ଅନେକ ଲୋକଙ୍କୁ ଜେରା ମଧ୍ୟ କରୁଛି ।

ଗତ ଜୁନ୍ ୧୪ ତାରିଖରେ ବାନ୍ଦ୍ରାର ଯେଉଁ ଘରେ ସୁଶାନ୍ତଙ୍କ ମୃତ୍ୟୁ ହୋଇଥିଲା ସେହି ଘରର ପଡୋଶୀ କହିଛନ୍ତି ଯେ ଜୁନ୍ ୧୩ ତାରିଖ ରାତି ୧୦ଟା ୩୦ମି.ରୁ ୧୦ଟା ୪୫ମି. ମଧ୍ୟରେ ସୁଶାନ୍ତଙ୍କ ଘରର ସବୁ ଲାଇଟ୍ ବନ୍ଦ ହୋଇ ଯାଇଥିଲା । ଯାହା କେବଳ ରୋଷେଇ ଘରର ଲାଇଟ୍ ଜଳୁଥିଲା ।

ଏହାଛଡା ସୁଶାନ୍ତଙ୍କ ଘରେ ପାର୍ଟି କରାଯାଉଥିବା କଥାକୁ ଖଣ୍ଡନ କରି ତାଙ୍କ ପଡୋଶୀ କହିଛନ୍ତି ଯେ ୧୩ ତାରିଖ ରାତିରେ କୌଣସି ପ୍ରକାରର ପାର୍ଟି କରାଯାଇନଥିଲା ।

ତେବେ ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ସିବିଆଇ ଯାଞ୍ଚ କରିବା ସହ ଆଜି ଫରେନସିକ୍ ବିଶେଷଜ୍ଞଙ୍କ ସହ ତାଙ୍କ ବାନ୍ଦ୍ରା ସ୍ଥିତ ଘରେ ପହଞ୍ଚିଥିଲା । ପରେ ଜଣେ ଅଧିକାରୀ ଜଣକ କହିଛନ୍ତି ସିବିଆଇ ଟିମ୍ ତାଙ୍କ ସହ ମିଶି କ୍ରାଇମ୍ ସିନ୍ ରିକ୍ରିଏଟ୍ କରିବ ।

ଏହାବ୍ୟତିତ ସିବିଆଇ ଟିମ୍ ସୁଶାନ୍ତଙ୍କ ରୋଷେୟା ନିରଜ ଓ ଉକ୍ତ ଫ୍ଲାଟରେ ରହୁଥିବା ଅନ୍ୟ ଜଣେ ବ୍ୟକ୍ତି ସିଦ୍ଧାର୍ଥ ପିଠାନୀ ମଧ୍ୟ ତାଙ୍କ ସହିତ ଥିଲେ । ଏହାପୂର୍ବରୁ କେନ୍ଦ୍ରୀୟ ଏଜେନ୍ସି ନିରଜ ଓ ସିଦ୍ଧାର୍ଥ ପିଠାନୀଙ୍କ ବୟାନ ରେକର୍ଡ କରିଥିଲା ।

ଗତ ଜୁନ୍ ୧୪ ତାରିଖରେ ବଲିଉଡର ଏହି ଅଭିନେତା ଜଣକ ମାତ୍ର ୩୪ ବର୍ଷ ବୟସରେ ଆତ୍ମହତ୍ୟା କରିଥିଲେ । ଯାହାକୁ ଆଜି ଯାଏଁ ତାଙ୍କ ଫ୍ୟାନମାନେ ବିଶ୍ୱାସ କରିପାରୁ ନାହାଁନ୍ତି । ସେ ଡିପ୍ରେସନ ଯୋଗୁଁ ଏପରି ପଦକ୍ଷେପ ନେଇଥିବା କୁହାଯାଉଥିବା ବେଳେ ଏବେ ତଦନ୍ତ ଭିନ୍ନ ମୋଡ ନେଉଥିବା ଦେଖିବାକୁ ମିଳୁଛି ।

Leave a Reply

Your email address will not be published.